logo
add image
ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ:

ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ:

ସୁବର୍ଣ୍ଣପୁର/୨୦/୦୬/୨୫/(ଆଧାର ମିଡ଼ିଆ)-ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ବର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ନୂତନ ଟାଉନ ହଲରେ ଏକ କ୍ଷେତ୍ରସ୍ତରୀୟ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍‌ଏଫ୍ଏଲ୍‌ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ,ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ଅନ୍ୟାଦାସ; ଏସଏଲବିସି ଓଡ଼ିଶାର ଆବାହକ ତଥା ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଗୌତମ ପାତ୍ର ଏବଂ ଏସବିଆଇ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ପ୍ରମୁଖ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ମହାପ୍ରବନ୍ଧକ ଆରବିଆଇ ଶ୍ରୀମତୀ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀମାନଙ୍କୁ ସ୍ବାଗତ କରିବାସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଅଭିଭାଷଣରେ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଗୁରୁତ୍ବାରୋପ କରିବା ସହ ଏହି ଦିଗରେ ରିଜର୍ଭବ୍ୟାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋକ ପାତ କରିଥିଲେ । ଦାୟିତ୍ଵପୂର୍ଣ ଋଣନେବା, ଆର୍ଥକ ଶୃଙ୍ଖଳା ଏବଂ ତୃଣମୂଳ ସ୍ତରରେ ଆର୍ଥିକ ସାକ୍ଷରତାର ଆବଶ୍ୟକ‌ତା ଉପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଦାସ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟ ଅତିଥିମାନେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନ‌ତାର ଆବଶ୍ୟକତା ବିଷୟରେ ନିଜ ନିଜର ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗୃପରୁ ପ୍ରାୟ ୨୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଏଫ୍‌ଆଇଡିଡି, ଡିଓଏସ୍ ଆଇବିଡି ଓ ଆରବିଆଇଓର ମିଳିତ ସ‌ହ‌ଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରିଜର୍ଭ ବ୍ୟାଙ୍କର ଅଧି କାରୀମାନେ ଆର୍ଥକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ଵପୂର୍ଣ ଋଣନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷାଋଣ ପାଇଁ ପିଏମ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣ କାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ବାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଫେଡର ସମ୍ପର୍କରେ ଅବଗତ କରାଯାଇଥିଲା। ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଫୋନ୍ ମାଧ୍ଯମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା। ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।
ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ, ବୋଧଗମ୍ୟ ତଥା ସରଳ ଅବଗତ ନିମନ୍ତେ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ବ୍ୟବହାର କରାଯାଇଥିଲା । କାର୍ଯ୍ୟକ୍ରମଟି ଇଣ୍ଟରଆକ୍ଟିଭ୍ ଥିଲା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ସୁବର୍ଣ୍ଣପୁର ଏଲଡିଏମ୍ ଶ୍ରୀ କାର୍ତ୍ତିକେଶ୍ବର ପଣ୍ଡା; ଡିଡିଏମ୍ ଶ୍ରୀ ସତ୍ୟସ୍ବରୂପ ବେଦାନ୍ତି ଓ ଏଫଏଲସି ଶ୍ରୀ ଦିଲ୍ଲୀପ କୁମାର ମିଶ୍ରଙ୍କ ମିଳିତ ସହ‌ଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Recent Comments

Leave Comments

Top