ପଦ୍ମପୁର/୨୩୵ ୬/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ପଦ୍ମପୁର ମାରୱାଡ଼ି ଧର୍ମଶାଳା ଠାରେ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚ ପଦ୍ମପୁର ଶାଖାପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ମାରୱାଡି ସମାଜର ସଭାପତି ଶ୍ରୀ ଅମରଦୀପ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରି ଆୟୋଜକ ଓ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ l ଯୁବା ମଞ୍ଚର ସଭାପତି ନିତିନ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଅଗ୍ରୱାଲ, ମହିଳା ସମିତି ସଭାପତି କ୍ରିଷ୍ଣା ଅଗ୍ରୱାଲ, ସମ୍ପାଦିକା ଏନି ଅଗ୍ରୱାଲ ଓ ସୃଜନ ଶାଖା ସଭାପତି ଖୁସବୁ ଗର୍ଗ, ସମ୍ପାଦିକା ଈଶା ଅଗ୍ରୱାଲ ଯୋଗଦେଇ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ମାରୱାଡି ଯୁବା ମଞ୍ଚର ସମ୍ପାଦକ ଆଶିଷ କୁମାର ଅଗ୍ରୱାଲ ସଭା ସଂଯୋଜନା କରି ଅତିଥି ପରିଚୟ କରିଥିଲେ l ମାରୱାଡି ଯୁବାମଞ୍ଚ ର କୋଷାଧ୍ୟକ୍ଷ ଅମିତ ଗର୍ଗ, ଯୁବାମଞ୍ଚର ସଦସ୍ୟ ବୀର ଶର୍ମା, ସୋମନାଥ ଅଗ୍ରୱାଲ, ଆଶୁତୋଷ ଅଗ୍ରୱାଲ, ବଣ୍ଟି ଜୈନ, ଅତୁଳ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଏହି ଶିବିରରେ ମୋଟ ୨୭ ୟୁନିଟ ରକ୍ତସଂଗ୍ରହ ହୋଇଥିଲା।
Recent Comments