ବିନିକା/୨୩/୬/୨୦୨୫/(ଆଧାର ମିଡ଼ିଆ):ଆଜି ବିନିକା ସହର ସ୍ଥିତ ସରକାରୀ ବିନିକା ଉଚ୍ଚ ବିଦ୍ୟାଳୟରେ ବିନିକା ବ୍ଲକ'ସମାଜ'ପ୍ରତିନିଧି ନରସିଂହ ପଧାନଙ୍କ ନେତୃତ୍ବରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ୯୭ତମ ଶ୍ରାଦ୍ଧ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଗୋପବନ୍ଧୁଙ୍କ"ସ୍ୱପ୍ନର ଓଡ଼ିଶା" ବିଷୟରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିନିକା ବିଡ଼ିଓ ମଣ୍ଟୁ ଖମାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଭାରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିବା ସହ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ବିନିକା ସିଦ୍ଧାର୍ଥ କଲେଜ ଅଧକ୍ଷା ରେଖା ପ୍ରଧାନ ମୁଖ୍ୟବକ୍ତା, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ସୋନପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଅଧିକାରୀ ମାନସ ରଞ୍ଜନ ସାହୁ ,ବିଶିଷ୍ଟ ଶିକ୍ଷାବିତ ମାନଗୋବିନ୍ଦ ମେହେର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳାଚଳ ମେହେର, ବିନିକା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର ପ୍ରମୁଖ ସମ୍ମାନିତ ଅତିଭାବରେ ଯୋଗଦେଇ ଥିଲେ,ଏହି ଅବସରରେ ବିନିକା ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପୁଜାଜାରୀ, ଦିଲ୍ଲୀପ ସାହୁ, କୌଡିଆମୁଣ୍ଡା ପ୍ରତିନିଧି ଅଶୋକ ପଣ୍ଡା ଏବଂ ଦଧିବାମନ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଓପଢ଼ୋକନ ଦେଇ ସମ୍ମାନିତ କରା ଯାଇଥିଲା।
ସ୍ବେଚ୍ଛାସେବୀ ମୋହନ ମହାନନ୍ଦ ମଞ୍ଚପରିଚାଳନା କରି ଥିଲେ ାବିନିକା ବ୍ଲକ ସ୍ତରୀୟ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ବିନିକା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଦିତ୍ୟ ବରେଇ(ପ୍ରଥମ), ସିନ୍ଦୁରପୁର ହାଇସ୍କୁଲର ଛାତ୍ର ରିତେଶ ନାଏକ(ଦ୍ବିତୀୟ) ଏବଂ ବିନିକା ସହର ସେଣ୍ଟସ ଭେଲି ହାଇସ୍କୁଲର ଛାତ୍ର ରୋନାକ ତ୍ରୀପାଠୀ ବକ୍ତୃତାରେ (ତୃତୀୟ) ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ମଞ୍ଚରେ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ଏବଂ ଆୟୋଜିତ'ସମାଜ'ଅନୁଷ୍ଠାନ ତରଫରୁ ବ୍ୟବସ୍ଥିତ ଅର୍ଥ ରାଶି ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ବିନିକା'ସମାଜ'ପ୍ରତିନିଧି ସମ୍ବିତ ନେପାକ ଧନ୍ୟବାଦ ଅର୍ପଣ କରିଥିବା
Recent Comments