logo
add image
ଭାରତୀୟ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ଭାରତୀୟ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର

ବୌଦ୍ଧ/୨୬/୦୬/୨୦୨୫/(ଆଧାର ମିଡ଼ିଆ)-ବୌଦ୍ଧ ସଦର ଭାରତୀୟ ଷ୍ଟେଟବ୍ୟାଙ୍କ ର ପ୍ରତିଷ୍ଠା ଦିବସ ଅବସରରେ ଷ୍ଟେଟବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ । ଓ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ।  ଏହି ଶିବିରରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ରେଡକ୍ରସ୍ ର ଅଧ୍ୟକ୍ଷା ଡାଃ ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦେଇ ସମସ୍ତ ରକ୍ତ ଦାତାଙ୍କୁ ଉତ୍ସ।ହିତ କରିଥିଲେ । ଏହି ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଏଲ.ଡି.ଏମ୍.ଡି ଏମ.ବୋସ୍କୋ, ମୁଖ୍ୟ ପରିଚାଳକ ସୂର୍ଯ୍ୟକାନ୍ତ ରଣସିଂଙ୍କ ସମେତ ସମସ୍ତ ବ୍ୟଙ୍କ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ଡା. ହେମ୍ବ୍ରମଙ୍କ ନେତୃତ୍ୱରେ ପରିଚାଳନା କରାଯାଇ ସର୍ଵମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିବାବେଳେ ସମସ୍ତ ରକ୍ତଦାତାଙ୍କୁ ଉତ୍ସ।ହିତ କରାଯାଇଥିଲା।

Recent Comments

Leave Comments

Top