ବିନିକା/୨୮/୬/୨୦୧୫/(ଆଧାର ମିଡ଼ିଆ)- ବିନିକା ସହର ନୂଆଁବଜାର ସ୍ଥିତ ରାଜ୍ୟ ସ୍ତରିୟ ଅଭିଜିତ ପୂଜାହାରୀସୃତି କମିଟି କାର୍ଯ୍ୟାଳୟ ଠାରେ ଶନିବାର ଦିନ ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ଦ୍ବାରା ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି , ବିନିକାରେ ସଖାଳୁ ବର୍ଷା ଲାଗିରହିଥିଲେ ମଧ୍ୟ ଏହାକୁ ଖାତିରି ନକରି ସୁଦୁର ବୁଲ୍ଲା ଭିମସାର ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକା- ୬୭ଜଣ ଓ ତାଙ୍କ ଜନ୍ମ ମାଟି ସଂସାମୁରା ଗ୍ରାମରେ ୩୯ ଜଣ ମୋଟ ୧୦୬ଜଣ ମହିଲାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ ,
ଶିବିର ଆରମ୍ଭରୁ ଯୁବ ଅଭିନେତା କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା. ପାଣ୍ଡେଙ୍କ ଉପସ୍ତିତିତ ମହିଲାମାନେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରର୍ଥନା କରିଥିଲେ, ଆମକୁ ସମ୍ମାନ ମିଳିଛି ଟଙ୍କା ରୋଜଗାର କରିଛୁଁ, କିନ୍ତୁ ଅଞ୍ଚଳର ସମସ୍ତ ଜନସାଧାରଣ ଏହିପରି ଲୋକଙ୍କ ପାଇଁ କାର୍ଯ୍ୟକଲେ ଅଞ୍ଚଳରେ ସ୍ବାସ୍ଥ୍ୟସେବା ସୁଧିରିବ ବୋଲି କହିବାସହ ଆମ୍ଭ ମାନଙ୍କ ସମ୍ମାନ ଏହା ସହ ସେବାର ପଟାନ୍ତର ନାହିଁ ମାନବ ସେବା ହିଁ ମାଧବ ସେବା ଚିନ୍ତାକରି ପ୍ରଫେସର ଡ଼ା. ପାଣ୍ଡେ ନିଜ ଜନ୍ମ ମାଟିକୁ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଛୁଟି ଆସି ସେବା ଯୋଗାଇ ଦେଇଆସୁଛନ୍ତି, ଦିର୍ଘ ୩ ବର୍ଷରୁ ଉର୍ଦ୍ଧ ହେବ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ବିନିକା ନିଜଜନ୍ମ ମାଟିକୁ ଛୁଟିଆସି ଅଭିଜିତ ପୂଜାହାରୀ ସୃତିକମିଟି ଦ୍ବାରା ମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଲା ଉପକୃତ ହେଉଛନ୍ତି,
ଏହି ସେବା ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ପ୍ରତି ଶ୍ରଦ୍ଦାଞ୍ଜଳି ବୋଲି ଅଞ୍ଚଳବାସି ପ୍ରକାଶ କରୁଛନ୍ତି . ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ, କମିଟି ଲିଗାଲ ଏଡ଼ଭାଇଜର ତଥା ବିନିକା ଓକିଳ ସଂଘ ସମ୍ପାଦକ ବୃନ୍ଦାବନ ମିଶ୍ର, ଉପଦେଷ୍ଟା କମିଟି ସୈାମିତ୍ରୀ ପତି,ଅଶ୍ବିନି ପଣ୍ଡା ଅଶୋକ ପାଣ୍ଡେ, କୈଳାସ ଗଣ୍ଡ, ହିତାଶୁଂ ପଧାନ, ବିଶ୍ବାମିତ୍ର ମହାକୁର, ବୁଲୁ ଦାଣ୍ଡିଆ, ଧନସିଂ ସେଠୀ.ଦିପାନ୍ମିତା ମାହାଣା,ନିଳମଣି ସାହୁ, ଶେଷଦେବ ମଣ୍ଡଳ ,ରାଜ୍ୟସ୍ତରୀୟ ଅଭିଜିତ ପୂଜାରୀ ସ୍ମୃତି କମିଟି ସଭାପତି ଅର୍ଚ୍ଚନା ପୂଜାହାରୀ , କାର୍ଯ୍ୟକାରୀ ସଭାପତି ବାଳଗୋପାଳ ପଣ୍ଡା ,ସମ୍ପାଦକ ପ୍ରିୟରଞ୍ଜନ ହୋତା, ଉପସଭାପତି ସମ୍ବିତ ନେପାକ, ସଦସ୍ୟ,ଭକ୍ତରାମ ବଡ଼ମାଲି,ସ୍ବର୍ଗତ ଅଭିଜିର ପୂଜାହାରୀ ବାପା ଅକ୍ଷୟ ପୂଜାହାରୀ, ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ.
Recent Comments