ପିପିଲି/୨୮/୬/୨୦୧୫/( ଆଧାର ମିଡ଼ିଆ)-ଜାତୀୟ ରାଜପଥରେ ଆମବସ୍ ପୁଣି ଅଘଟଣ ଘଟଣାଇଛି. ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉପରେ ତିନିଜଣ ଯୁବତୀଙ୍କ ଉପରେ ରାଜ୍ୟ ସରକାରଙ୍କ ବସ୍ ଚଢିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ତିନିଜଣ ଯୁବତୀଙ୍କର ମୃତ୍ୟୁଘଟିଛି. ବସ୍ର ଚାଳକ ଅନିୟନ୍ତ୍ରିତ ହରାଇ ଆଜି ଅପରାହ୍ଣରେ ଜଗାଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନିଜଣ ଯୁବତୀଙ୍କ ଉପରେ ଚଢ଼ାଇ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି.
ଶରଧାବାଲିରେ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ତିନିଯୁବତୀ ଶ୍ରୀକ୍ଷେତ୍ର ଖୁସିରେ ବାହାରିଥିଲେ .ଦୁର୍ଭାଗ୍ୟର ଆରୋହୀ ମାନଙ୍କର ଅନ୍ୟ ଏକ ଗାଡ଼ିସହିତ ସାମାନ୍ୟ ଧକ୍କା ଦେଇଥୁଲା, ଯେଉଁଥୁରେ ସେମାନେ ପଡ଼ି ଯାଇଥିଲେ ଏହି ସମ ୟରେ ସରକାରୀ ବସ୍ ଘଟଣା ସ୍ଥଳରେ ପହଞ୍ଚି ଧକ୍କା ଦଇଥିଲ।ସୂଚନା ଅନୁସାରେ ଲିଙ୍ଗରାଜ ଥାନା ବାରିକସାହିର ରିମ୍ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର. ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବରରୁ ପୁରୀ ଅଭିମୁଖେ ବାହାରି ଥିଲେ। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଆଶା କରିଥିଲେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି. ବହୁତ ଖୁସିରେ ଆଗକୁ ବଢୁଥିଲେ କିନ୍ତୁ ସେମାନଙ୍କର ଆଶା ପୂରା ହୋଇପାରିଲା ନାହିଁ.
ପିପିଲି ଥାନା ତରାକାଜ ନିକଟରେ ସାମ୍ନାରୁ ଆସୁଥିବା ଏକ ଗାଡ଼ି ତିନି ଯୁବତୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସେମାନେ ତଳେ ପଡ଼ି ଯାଇଥିଲୋ ଦୁର୍ଘଟଣାର ଶିକାର ହୋଇ ଉଠିବା ପୂର୍ବରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏରଟିସି) ଦ୍ଵାରା ପରିଚାଳିତ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ସେମାନଙ୍କର ଉପରେ ଚଢ଼ି ଯାଇଥୁଲା ଯୁବତୀମାନେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବାବେଳେ ବସ୍ଟି ଫେରାର ମାରିଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ୩ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି (ଓଡି ୦୨ ବିକ୍ୟୁ ୭୩୬୭) ଜବତ କରିଛି. ପିପିଲି ଟୋଲ୍ ଗେଟ୍କୁ ଯାଇ ପୁଲିସ ବସ୍କୁ ଚିହ୍ନଟ କରିବା ପାଇଁ ଛାନଭିନ ଜାରି ରଖୁଛି ମୃତ ଯୁବତୀମାନେ ଭୁବନେଶ୍ବରସ୍ଥିତ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି କୁହାଯାଉଛି। ତେବେ ତଦନ୍ତ ପରେ ସେମାନଙ୍କର ପୂରା ପରିଚୟ ଜଣାପଡ଼ିବ ବୋଲି ପୁଲିସ କହିଛି.ଅନ୍ୟ ପକ୍ଷରେ ୩ ଯୁବତୀଙ୍କ ମୃତ ଶରୀର ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିବା ବେଳେ ଖବର ପାଇ ପରିବାର ସଦସ୍ୟ ପହଞ୍ଚି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି.
Recent Comments