logo
add image
ଆକ୍ସନ ମୁଡ଼ରେ ଜିଲ୍ଲାପାଳ ଓ ଏସପି.

ଆକ୍ସନ ମୁଡ଼ରେ ଜିଲ୍ଲାପାଳ ଓ ଏସପି.

ପୁରୀ/୨୯/୬/୨୦୨୫/( ଆଧାର ମିଡ଼ିଆ ) ଆକ୍ସନ ମୁଡ଼ରେ ପୁରୀରେ ନୂତନ ଭାବରେ ଯୋଗଦେଇ ଥିବା ଏସପି ପିନାକ ମିଶ୍ର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣା. ଉଭୟ ପୁରୀ ମହାପ୍ରଭୁଙ୍କ ଯାତ୍ରାରେ ଯୋଗଦେଇ ଭକ୍ତମାନଙ୍କ ଉପରେ ତୀକ୍ଷିଣ ନଜର ଟ୍ରାଫିକ ନିୟନ୍ତ୍ରଣ.ପାର୍କିଙ୍ଗ.ଠାକୁରଙ୍କ ନୀତିଗତି.ଡିଉଟିରେ ନିଯୁକ୍ତି ଥିବା ପୋଲିସ ଅଧିକାରୀ.ଅନ୍ୟାନ୍ୟ କର୍ମଚାରୀ  ଭଳି ଅନେକ କ୍ଷେତ୍ରରେ ତୀକ୍ଷିଣ ନଜର ରଖିଛନ୍ତି. ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ କାର୍ଯ୍ୟରେ ଯୋଗଦେବା ସମୟ ଠାରୁ ସମସ୍ତ କାର୍ଯ୍ୟ ସୁଚାରୁରୂପେ ହେଉଥିବା ଭଳି ନଜିର ମଧ୍ୟକୁ ଆସିଛି. ସେହିଭଳି କୌଣସି ଠାରେ ଏବଂ କୌଣସି ସ୍ଥାନରେ ବିଶୃଙ୍ଖଳା ଦେଖା ଦେବା ପାଇଁ ଆଶଙ୍କା ପ୍ରକଟ ହେଲେ ପୁରୀ ବାସି ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେବା ପାଇଁ ନିବେଦନ କରିଛନ୍ତି.
ଅନ୍ୟ ପକ୍ଷରେ ପୂର୍ବରୁ ଦାୟିତ୍ୱରେ ଥିବା ଜିଲ୍ଲାପାଳ ଓ ଏସପି ମହାପ୍ରଭୁଙ୍କ ଯାତ୍ରାରେ ଭିଆଇପି ମାନଙ୍କୁ ଗୁରୁତ୍ୱ ଦେଇ ଭକ୍ତ ମାନଙ୍କ ପ୍ରତି ଖାମଖିଆଲି ନୀତି ପୋଷଣ କରିବା ଯୋଗୁ ବିଭିନ୍ନ ପ୍ରକାର ବିଶୃଙ୍ଖଳା ହେବାସହ ଦଳା ଚକଟାରେ ଯାତ୍ରାକୁ ଆସିଥିବା ନିରୀହ ଭକ୍ତଙ୍କ ଜୀଵନ ହାନି ଘଟିଥିଲା ଓ ଅନେକ ଆହତ ହୋଇଥିଲେ.ରବିବାର ଭୋରରୁ ତିନିରଥ ସମ୍ମୁଖରେ ଦଳାଚକଟା ଓ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଏହି ଅଘଟଣ ଭୋର ୪ଟା ୨୦ ମିନିଟରେ ହୋଇଥିଲା  । ଗତକାଲି ରାତି ୧୨ ଟା ୧୫ରେ ତିନିରଥରେ ଶ୍ରୀଜୀଉଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇଥିଲା  । ଶନିବାର ଓ ରବିବାର ଛୁଟି ଥିବାରୁ ଅଧିକ ଭକ୍ତ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିଥିଲେ। ରାତି ୧୨ଟା ପରେ ଭକ୍ତମାନେ ଆଉ ଦର୍ଶନ କରିନପାରି ଅପେକ୍ଷାରତ ଥିଲେ ।
ପହୁଡ ଖୋଲିବା ପରେ ହଠାତ ଭକ୍ତମାନେ ଦର୍ଶନପାଇଁ ମାଡି ଆସିଥିଲେ  । ଏହି ସମୟରେ ରଥ ପାଖରେ ଚାରମାଳ ଟ୍ରକ ପହଞ୍ଚି ଅନଲୋଡ କରିବା ଫଳରେ ସେଠାରେ ଶୋଇଥିବା ଭକ୍ତମାନେ ଏଣେତେଣେ ଦଉଡିଥିଲେ  । ଏହି ସମୟରେ ଦଳାଚକଟା ଫ୍ଲୋ ଆରମ୍ଭ ହେବାରୁ ଶହ ଶହ ଭକ୍ତ ତଳେ ପଡି ଚିତ୍କାର କରିଥିଲେ । ପ୍ରତେକ୍ଷଦର୍ଶୀ  କହିବା ଅନୁଯାଇ ଡ୍ୟୁଟିରେ ଥିବା ହାତଗଣତି ପୋଲିସ ଜୀବନ ରକ୍ଷାପାଇଁ ଦଉଡିଥିଲେ । ଦଳାଚକଟାରେ ଆହତଙ୍କ ମଧ୍ଯରୁ ଖୋର୍ଦ୍ଧା ଜିଲ୍ଲା ଗୋବର୍ଦ୍ଧନପୁରର ବାସନ୍ତି ସାହୁ  (୩୬), ଭୁବନେଶ୍ବର  ନୂଆପଲ୍ଲୀର ପ୍ରେମଚାନ୍ଦ ମହାନ୍ତି ( ୭୮) ,ବାଲିପାଟଣା ଅଠାନ୍ତର ପ୍ରଭାତୀ ଦାସ ଗୁରୁତର ହୋଇ ଜିଲ୍ଲାମୁଖ୍ଯ ଚିକିତ୍ସାଳୟକୁ ସମ୍ପର୍କୀୟ ମାନେ ଆଣିଥିଲେ  । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଦଳାଚକଟା ଓ ଠେଲାପେଲାରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଥିବା କୁହାଯାଉଛି  । ରଥ ପାଖରେ ଭକ୍ତ ଶୋଇଥିବା ବେଳେ ଚାରମାଳ ଟ୍ରକ ପ୍ରବେଶ ପାଇଁ କିଏ ଅନୁମତି ଦେଇଥିଲା ସେ ସମ୍ପର୍କରେ ଯାଞ୍ଚ ଚାଲିଛି । ଏ ସମ୍ପର୍କରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି ଘଟଣା ସମ୍ପର୍କରେ ଅବଗତ ଅଛି ଓ ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଛି । ଘଟଣା ସ୍ଥଳରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପହଞ୍ଚି ପ୍ରଶାସନିକ ଅନୁଧ୍ୟାନ କରୁଛନ୍ତି । ଘଟଣ ସମ୍ପର୍କରେ ତଦନ୍ତ କରାଯିବ। ମୃତକ ମାନେ ପୁରୀ ମେଡିକାଲରେ ଅଛନ୍ତି  ଓ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ।
୯ ଜଣ ଅଣନିଶ୍ବାସୀ ହୋଇ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି । ଘଟଣା ସ୍ଥଳରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ପୁରୀ ଏସପି ବିନୀତ ଅଗ୍ରୱାଲ ପହଞ୍ଚି ପୋଲିସ ଡ୍ଯୁଟିରେ ଥିଲେ ବୋଲି ଗଣମାଧ୍ୟମକୁ କହିଥିବା ବେଳେ ସେ ସମୟରେ କୌଣସି ପୋଲିସ କର୍ମଚାରୀ ନଥିବା ପ୍ରତ୍ୟେକ୍ଷ ଦର୍ଶୀମାନେ କହିଛନ୍ତି । ପ୍ରଶାସନିକ ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଲା ବୋଲି ଭକ୍ତମାନେ କହିଛନ୍ତି । ଏହା ସତ୍ତ୍ବେ ଦର୍ଶନ ବ୍ଯବସ୍ଥା ଚାଲୁ ରହିଥିଲା । ୧୦ଟା ୩୦ରେ ସକାଳଧୂପ ପୂଜା ଶେଷ ହୋଇଛି । ଘଟଣା ସ୍ଥଳରେ ବ୍ଯାପକ ପୋଲିସ ମୁତୟନ ହୋଇଥିଲା ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରୱାଲଙ୍କୁ ପୁରୀରୁ ଅଚାନକ ବଦଳି କରାଯାଇଛି | ତାଙ୍କ ସ୍ଥାନରେ ଚଞ୍ଚଳ ରଣା ଜିଲ୍ଲାପାଳ ଓ ଏସପି ଭାବେ ପିନାକ ମିଶ୍ର ଯୋଗଦେବେ | ବରିଷ୍ଠ ଆଇ ଏ ଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ରହିବେ ବୋଲି ସରକାର ବିଜ୍ଞପ୍ତି ଜାରି କରିଛନ୍ତି |

Recent Comments

Leave Comments

Top