ପଦ୍ମପୁର/୧/୭/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର,ଆଧୁନିକ ଯୁଗର ତ୍ରାଣକର୍ତ୍ତା । ଜୀବନ ରକ୍ଷକ ଭାବେ ସେମାନଙ୍କର ସମର୍ପଣ ଓ ଭୂମିକାକୁ ନେଇ ଆଜି ସମଗ୍ର ବିଶ୍ୱରେ ପାଳିତ ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ନିଃସ୍ୱାର୍ଥପର ସମର୍ପଣ ଓ ଅବିଚଳିତ ପ୍ରତିବଦ୍ଧତା ଏବଂ ଲୋକଙ୍କ ଜୀବନ ରେ ଡାକ୍ତରଙ୍କ ଭୂମିକାକୁ ସ୍ମରଣ ଓ ସମ୍ମାନ ଦେବାର ଦିନଟିଏ ଆଜି ଲ
ଏହି ଅବସରରେ ପଦ୍ମପୁର ଲାୟନ୍ସ କ୍ଲବ ସମ୍ପାଦକ ସୌମ୍ୟଜିତ ପାଢ଼ୀଙ୍କ ନେତୃତ୍ୱରେ ଜାତୀୟ ଡାକ୍ତର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ପଦ୍ମପୁରର ଏଲୋପେଥିକ, ହୋମିଓପାଥିକ, ଆୟୁର୍ବେଦିକ ବିଭାଗର ୩୦ ଜଣ ଡାକ୍ତରଙ୍କୁ ଫୁଲ, ଚନ୍ଦନ, ଉତ୍ତରୀୟ ଓ ମିଠାଦେଇ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଲାୟନ୍ସ ବେଣୁମାଧବ ଦୋରା, ଲାୟନ୍ସ ଚିତ୍ତରଞ୍ଜନ ଦାଶ, ସନ୍ତୋସିନୀ ରଥ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ରାଜକିଶୋର ଯୋଶୀ, ବିଷ୍ଣୁ ନାରାୟଣ ଦୋରା, ହିମାଂଶୁ ଯୋଶୀ, ଶାଶ୍ୱତ ଦାସ, ସେବକ ମେହେର, ଶଙ୍କର ସିନ୍ହା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି ଡାକ୍ତରଙ୍କୁ ଉତ୍ସାହିତ କରିଥିଲେ। ଲାୟନ୍ସ କ୍ଲବର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ଆଶୁତୋଷ ହୋତା ଧନ୍ୟବାଦ ଜଣାଇଥିଲେ।
Recent Comments