ପୁରୀ/୧/୭/୨୦୨୫/(ଆଧାର ମିଡ଼ିଆ)-ଆଜି ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ରଥଯାତ୍ରା ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାର ତିନୋଟି ଦିଗ ଉପରେ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତିଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ପ୍ରତି ଗୁରୁତ୍ବଆରୋପ କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାର ଚାରିଗୋଟି ଉତ୍ସବ ମଧ୍ଯରୁ ଏବେବି ଆଉ ତିନୋଟି ବଡ ଓ ମହତ୍ଵପୂର୍ଣ୍ଣ ଉତ୍ସବ ବାହୁଡା଼, ସୁନାବେଶ ଓ ନୀଳାଦ୍ରୀ ବିଜେ ବାକି ଅଛି। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ବିଶେଷ କରି ସୁନାବେଶ ଦିନ। ଏଣୁ ଏହି ବଡ ସମାଗମରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବା ଅତ୍ୟନ୍ତ ଜରୁରୀ।ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ନିର୍ଭୁଲ କ୍ରାଉଡ଼ ଏସ୍ଟିମେଶନ ହେଉଛି ପ୍ରଥମ ଷ୍ଟେଜ। ତେଣୁ ଆଗାମୀ ତିନିଗୋଟି ବଡ ଉତ୍ସବକୁ ନିର୍ଭୁଲ ଭାବେ advance crowd estimation real time basis ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ରଥଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଦୋକାନ ରହିଛି।ଏହି ନିର୍ଦେଶକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ଥିଲେ। ଭିତରେ ଗହଳି ହ୍ରାସ କରିବା ପାଇଁ କର୍ତନ ପାସ ପ୍ରଦାନକୁ କାଣ୍ତ ଛାଣ୍ଡ କରିବା ପାଇଁ ସେ କହିଥିଲେ। ମହାରଣା ସେବକ ଓ ଭୋଇ ସେବକ ମାନଙ୍କ ପରାମର୍ଶ ନେଇ, ରଥ ଟଣା ନୀତି କରିବା ଆବଶ୍ୟକ ବୋଲି ସେ କହିଥିଲେ।
ବାହୁଡା଼, ସୁନାବେଶ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସ୍ଥଳେ ଅଧୂକ ଫୋର୍ସ ମୁତୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଫିକ କଣ୍ଟ୍ରୋଲ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସହିତ ଆଗାମୀ ଦିନ ମାନଙ୍କରେ ଯାହା ସବୁ ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ଅଛି ସେଗୁଡିକ ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେପ୍ରତି ଅଧୂକ ଯବାନ ହେବା ପାଇଁ ସେ କହିଥିଲେ। ବାକି ଥିବା ତିନୋଟି ଉତ୍ସବରେ ଅସଂଖ୍ୟ ଲୋକ ବେଳାଭୂମିରେ ସମୟ ଅତିବାହିତ କରିବେ ତେଣୁ ବେଳା ଭୂମିକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ବିଭାଗ ସହିତ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ସେ ଅଗ୍ନିଶମ ବିଭାଗକୁ କହିଥିଲେ।
ଶେଷରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧୂକାରୀ ମାନଙ୍କୁ ପୁରୀ ଭୁବନେଶ୍ବର ରାସ୍ତା ସମେତ ବେଳାଭୂମି, ରେଳ ଷ୍ଟେସନ, ବସଷ୍ମାଣ୍ଡ, ମନ୍ଦିର ସମୁଖ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ସ୍ଥାନ ମାନଙ୍କୁ, କଡା ନଜର ରଖୂ ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ଓ କହିଥିଲେ, ଏହି କାମ ଆମ ମାନଙ୍କ ପାଇଁ ଏକ ଡ୍ୟୁଟି ନୁହେଁ ଏହା ହେଉଛି ସୌଭାଗ୍ୟର ବିଷୟ। ସମର୍ପଣ ଭାବ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ସମସ୍ତ ଉପସ୍ଥିତ ଅଧୂକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖୁଥିଲେ ଓ ଭକ୍ତି ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆଡପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ପ୍ରଦାନ କରିଥିଲେ।ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ରଥଯାତ୍ରା ପାଇଁ ସ୍ବତନ୍ତ୍ର ଦାୟିତ୍ବରେ ଥିବା କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖିଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ଗୃହ ବିଭାଗର ଅତିରିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର,ଆରକ୍ଷୀ ମହା ନିର୍ଦ୍ଦେଶକ (ଅଗ୍ନିଶମ) ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ, ଅତିରିକୁ ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ଦୟାଲ ଗଙ୍ଗୱାର ଓ ପୁରୀ ଏସପି ଶ୍ରୀପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ବାଗତ କରିଥିଲେ।
Recent Comments