ବିଷମକଟକ/୦୩/୦୭/୨୦୨୫/(ଆଧାର ମିଡ଼ିଆ/କାଶିନାଥ ପାଳ)-ପରିବାରର ଅର୍ଥାଭାବରୁ ପେଟ ପୋଷିବାର ଲକ୍ଷନେଇ ସୁଦୂର କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ କ୍ଷେତ୍ରରେ କୋୖଣସି କାରଣରୁ ଶବହୋଇ ଫେରିବା ବହୁ ନଜିର ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ପାତ୍ରଗୁଡା ପଞ୍ଚାୟତରେ ଏପରି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଏହି ପଞ୍ଚାୟତର କୁଦୁଲିମା ଗ୍ରାମର ବିରାଟ ନାଗ୍ ଙ୍କ ୨ ନମ୍ବର ଝିଅ ବିନନ୍ଦିନୀ ନାଗ୍ ( ୨୧ )।
ଗରିବ ପରିବାର ହୋଇଥିବାରୁ ପରିବାର ଭରଣ ପୋଷଣ ଏବଂ ନିଜେ ଉଚ୍ଚ ଶିକ୍ଷିତା ହେଵା ଲକ୍ଷ୍ୟରେ ଅଧିକ ପାଠ ପଢ଼ିବା ପାଇଁଁ ଅର୍ଥ ଅଭାବରୁ କେରଳ ରାଜ୍ୟର ଏର୍ଣ୍ଣାକୁଲମରେ ଦାଦନ ଖଟିବାକୁ ଯାଇଥିଲେ।ତାଙ୍କର ଲକ୍ଷକୁ ଭଗବାନ ଅଧୁରା ରଖି ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲ।ତା ୧୪/୬/୨୦୨୫ ତାରିଖ ଦିନ ଏର୍ଣ୍ଣାକୋଲମ ସ୍ଥିତ କୋଚି ସିଟିର HIGHNESS ଲେଡିସ୍ ହଷ୍ଟେଲ ଉନିଚିରା ଇଲୋର୍ ଏର୍ଣ୍ଣାକୋଲମ ,ପାଲାରିବାତମ୍ ଠାରେ ରହି ପ୍ରାୟ ପାଞ୍ଚଦିନ ହେବ କାମ କରୁଥିଲେ । ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ କମ୍ପାନୀ ତରଫରୁ ରହିଥିବା ହଷ୍ଟେଲ ଓ୍ବାଡେନ୍ ସ୍ଥାନୀୟ ଜେନେରାଲ ହସ୍ପିଟାଲ ଏର୍ଣ୍ଣାକୋଲମରେ ଚିକିତ୍ସା ନିମନ୍ତେ ଭର୍ତ୍ତିକରିଥିଲେ।
କିନ୍ତୁ ବିନନ୍ଦିନୀ ନାଗଙ୍କର ଅଧିକ ଅସୁସ୍ଥ ହେବାକୁ ଲାଗିଲା।ଏହି ଖବର ତାଙ୍କ ସହତ ଯାଇଥିବା ପଦ୍ମନ ନାଗ୍ ନାମକ ଯୁବକଙ୍କୁ ଯୋଗାଯୋଗ କରିଥିଲେ, ହେଲେ ପଦ୍ମନ ଦାୟିତ୍ବ ନେଇପାରିବୁ ନାହିଁ ବୋଲି କହି ଶିଘ୍ର ତୁମେ ମେଡିକାଲ ଆସ କହି ପରିବାରଙ୍କୁ ଖବର ଜଣାଇଥିଲେ।ବିନନ୍ଦିନୀ ନାଗ୍ ର ଭାଇ ପହଞ୍ଚି ଝିଅର ଚିକିତ୍ସା ହେଉଥିବା ଜାଣି ବଡ଼ ଭାଇଙ୍କୁ ଜଣାଇଥିଲେ। ଭଉଣୀ ବିନୋଦିନୀର ଦେହ ଗୁରୁତର ଥିବାରୁ ବଡଭାଇ ପଦ୍ମନ ନାଗକୁ କହିଲେ ତୁ ମେଡିକାଲରେ ଜଗିଥା ମୁଁ ଗଲେ ବିନୋଦିନୀକୁ ଘରକୁ ନେଇ ଆସିବି।
ହେଲେ କମ୍ପାନୀର ଓ୍ବାଡେନ୍ ଅସୁସ୍ଥ ଥିବା ବିନନ୍ଦିନୀକୁ ଓ ପଦ୍ମନ ନାଗକୁ ମେଡିକାଲରେ ତୁମେ ରହି ସବୁ ବୁଝ ଆମେ ଆଉ ବୁଝିବୁ ନାହଁ ବୋଲି କହି ଛାଡ଼ିଦେଇ ଚାଲିଗଲେ । ବଡଭାଇ ଭଉଣୀକୁ ଆଣିବାକୁ ଯାଉଥିବା ବେଳେ ଅଧା ବାଟରେ ଖବର ଆସିଲା କି ଆଉ ମୁଁ ଜଗି ପାରିବି ନାହିଁ ମୁଁତ କାମ କରିବା ଲୋକ ମୋର କାମ ଅଛି ବୋଲି କହିଥିଲେ। ତେଣୁ ବଡଭାଇ କହିଲେ ମୁଁ ଆସିବା ବିଳମ୍ବ ହେଉଛି ତାଙ୍କୁ ବସାକୁ ନେଇଯାଅ ।ମୁଁ ଆସିଲେ ଅନ୍ୟ ମେଡିକାଲ ନେଇ ଭଲ କରିବା।ଵଡଭାଇ ପହଞ୍ଚିବା ପୂର୍ବରୁ ଏହା ଭିତରେ ଝିଅର ମୃତ୍ୟୁ ହୋଇଥଲା।
ପଦ୍ମନ ନାଗ୍ ବିଚଳିତ ହୋଇ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ।ଓ କେରଳ ଷ୍ଟେଟର ଏର୍ନାକଲମ୍ ସିଟି, ଇଲାମା କାକାରା ଥାନା ଏସ୍ ଆଇ କ୍ରିଷ୍ଣା କୁମାର କେସି, ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଝୀଅର ବଡଭାଇ ଶବକୁ ୩୦/୬/ ୨୦୨୫ ରିଖ ହସ୍ତାନ୍ତର କରିଥିଲେ ।ଏଥିସହିତ କେରଳ ଷ୍ଟେଟଠାରୁ ଏକ ଆମ୍ବୁଲାନ୍ସ ଯୋଗେ ବାହାରି ଆଜି ସକାଳ ୭ଟା ସମୟରେ ନିଜଗ୍ରାମ କୁଦୁଲିମା, ଠାରେ ପହଞ୍ଚିବା ପରେ ଶବକୁ ଓହ୍ଲାଇ ମସାଣିରେ ନେଇ ଶବଦାହ କରାଯାଇଥିଲା ଓ ପରିବାର ବର୍ଗଙ୍କ ମଧ୍ୟରେ ଏକଶୋକର ଛାୟା ଖେଳିଯାଇଛି ।ଏହି ଘଟଣାକୁ ନେଇ ଝିଅର ବାପା ମାଁ ଶ୍ରମିକ ଖଟିଖିଆ ହେଇଥିବାରୁ ମୃତକଙ୍କ ପରିବାରକୁ ସରକାରି ସହାୟତା ଯୋଗାଇ ଦେବାକୁ ରାଜ୍ୟସରକାରଙ୍କୁ ଓ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।
Recent Comments