logo
add image
ବନ୍ୟା ଜଳରେ ଉଛୁଳିଲା ବ୍ରାହ୍ମଣୀ, ରେଙ୍ଗାଳି ଡ୍ୟାମର ୨ ଟି ଗେଟ୍ ଖୋଲି ଜଳ ନିଷ୍କାସନ ।

ବନ୍ୟା ଜଳରେ ଉଛୁଳିଲା ବ୍ରାହ୍ମଣୀ, ରେଙ୍ଗାଳି ଡ୍ୟାମର ୨ ଟି ଗେଟ୍ ଖୋଲି ଜଳ ନିଷ୍କାସନ ।

କଣିହାଁ/0୬/0୭/୨0୨୫//(ଆଧାର ମିଡ଼ିଆ// ରିପୋର୍ଟ ଟୁନା ସାହୁ) ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଶନିବାର ୭ ନମ୍ବର ଗୋଟିଏ ଗେଟ ଖୋଲାଯାଇ ଥିବାବେଳେ,ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସନ୍ଧ୍ୟା ୬ ଟାରେ ନିଷ୍କାସନ କରାଯାଇଥିଲା। ଉପର ମୁଣ୍ଡରେ ପ୍ରବଳ ମାତ୍ରାରେ ବର୍ଷା ହେବାରୁ ଡ୍ୟାମର ରବିବାର ଦିନ ଦ୍ୱିତୀୟ ତଥା ୯ ନମ୍ବର ଗେଟ ଖୋଲା  ଯାଇଛି ,ରେଙ୍ଗାଳି ଡ୍ୟାମ ଜଳ ଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମ୍ ର ଯନ୍ତ୍ରୀ ସୌମେନ୍ଦ୍ର ବେହେ ରାଙ୍କ  ସୂଚନା ଅନୁଯାୟୀ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରର ପୂର୍ଣ୍ଣଜଳ ଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ ରବିବାର  ସକାଳ ୯ ଟା ସୁଦ୍ଧା ୧୨୩.୫0 ମିଟର ଜଳ ସ୍ତର ପହଞ୍ଚିଥିଲା,ଫଳରେ ଦିନ ୧୧.୨0ରେ ଡ୍ୟାମର ଦ୍ୱିତୀୟ ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରାଯାଇଥିଲା,
ଅପରାହ୍ନ ୫ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୨୧.୧୭ ମିଟରରେ ପହଁଚିଥିଲା।ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୮୬0.୩୫ ଘନ ମିଟର ବନ୍ୟା ଜଳପ୍ରବେଶ କରୁଥିବା ବେଳେ ଖୋଲା ଯାଇଥିବା ୨ଟି ଗେଟ ମାଧ୍ୟମରେ ୩୧୬୨.୮୬ ଘନ ମିଟର ବନ୍ୟା ଜଳ ନିଷ୍କାସିତ ହେଉଛି l ସଠିକ ମାତ୍ରାରେ ଜଳସ୍ତର ଥିବାରୁ ପ୍ରତି ଘଣ୍ଟାରେ ୨୪୩.୪0ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଣାପଡିଛି,ଏଥି ମଧ୍ୟରେ କଣିହାଁ ସମଲ ବ୍ୟାରେଜର ୬ଟି ଗେଟଦେଇ ବନ୍ୟାଜଳ ନିଷ୍କାସସୀ ହେଉଥିବା ଜଣାପଡିଛି ,ଡ୍ୟାମ୍ ଗେଟ୍ ଖୋଲିବା ସମୟରେ ମୁଖ୍ୟଯନ୍ତ୍ରୀ ହୃଦାନନ୍ଦ ମଲ୍ଲିକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ,ଅଧିକ୍ଷଣ ଯନ୍ତ୍ରୀ ସୌମେନ୍ଦ୍ର ବେହେରା, ଉପଖଣ୍ଡ ଅଧିକାରୀ ଶଙ୍କରା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l

Recent Comments

Leave Comments

Top