logo
add image
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।

ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।

ବୋଲଗଡ/ଖୋର୍ଦ୍ଧା/୦୮/୦୭/୨୦୧୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ) ଡ୍ରାଇଭର ମହାସଂଘ ପକ୍ଷରୁ ସାରା ଓଡ଼ିଶାରେ ଷ୍ଟେରିଙ୍ଗି ଛାଡ଼ ବନ୍ଦଡାକରା ଦିଆଯାଇଛି।ଏହି ବନ୍ଦ ଡାକରା ଆଜି ଦିଟା ଦିନରେ ପହଂଚିଛି.ଏହି ଆନ୍ଦୋଳନ ଫଳରେ ଲୋକ ମାନେ ନାହିଁ ନଥିବା ହଇରାଣ ହାରକାର ହେଉଥିବାର ଦେଖିବାକୁ ମିଳୁଛି.ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିବ ସହିତ ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ପ୍ରଭାବ ପଡ଼ିଛି ।
ମଙ୍ଗଳବାର ସକାଳ ୮ଟା ଠାରୁ ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ସଭାପତି ସୁକାନ୍ତ କୁମାର ବେହେରାଙ୍କ ଆବାହକତ୍ୱରେ ଶତାଧିକ ଡ୍ରାଇଭର ମାନେ ବୋଲଗଡ ଗୋପନ୍ଧୁ ଛକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ବସ୍,ଟ୍ରକ୍ ,ଟାଟା ମ୍ୟାଜିକ୍, ଆଉ ଅନ୍ୟାନ୍ୟ ଯାନ ବାହନ ଠିଆହୋଇ ରହିଛି। ଯାହା ଫଳରେ ଯାତ୍ରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅନେକଙ୍କର ଆବଶ୍ୟକ ଯାତ୍ରା ଠପ୍ ହୋଇଯାଇଛି । ଅନେକେ ରୋଗୀକୁ ହସ୍ପିଟାଲ୍ ନେଇ ଯିବାକୁ ଯାନ ବାହନ ନପାଇ ଚିନ୍ତିତ ହେଉଛନ୍ତି ।
ଏହି ବନ୍ଦ ଆନ୍ଦୋଳନରେ ବୋଲଗଡ ଶାଖା ସଂଘର ଉପସଭାପତି ପ୍ରତାପ କୁମାର ତାରେଣିଆ ସମ୍ପାଦକ ଏସ କେ କାଜଲ , ସହ ସମ୍ପାଦକ ସର୍ବେଶ୍ଵର ବିଶ୍ଵାଳ ,କୋଷାଧ୍ୟକ୍ଷ ହରିହର ପ୍ରଧାନ ବୋଲଗଡ ଗ୍ରାମପଞ୍ଚାୟତ ସଭାପତି ଦିଲ୍ଲୀପ କୁମାର ବେହେରା ,ରାଜେଶ୍ କୁମାର ମହାପାତ୍ର ,ବଂଶୀଧର ଜେନା ,ପ୍ରଦୀପ ରାଉତ ,ଗୁରୁ କୃଷ୍ଣ ସାମନ୍ତରାୟ ,ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିଲେ । ଡ୍ରାଇଭର ମାନେ ନିଜର ୧୦ ଦଫା ଦାବି ଭିତରୁ ସୁରକ୍ଷା, ଅଧିକାର ଓ ନ୍ୟାୟ ପାଇଁ ଏହି ଆନ୍ଦୋଳନ କରୁଛନ୍ତି। ସେମାନେ ଚାହାଁନ୍ତି ସରକାର ତାଙ୍କ ଦାବି ମାନିବା ଯାଏଁ ଏହି ରାସ୍ତା ଅବରୋଧ ସହିତ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିବ ।

 

 

Recent Comments

Leave Comments

Top