ବାଲିଗୁଡ଼ା/୦୮/୦୭/୨୦୧୫/(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ସରକାର ଶୁଣିଲେନି। ସମୟ ସୀମା ପାରହେଲା l ଓଡ଼ିଶାର ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବିନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇ ରାଜରାସ୍ତାକୁ ଓଲ୍ହାଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଲିଗୁଡା ଶାଖାର ଡ୍ରାଇଭର ମାନେ ୭ ଦଫା ଦାଵୀନେଇ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଏକତ୍ରିତ ହୋଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି।ଏହି ଆନ୍ଦୋଳନ ଆଜି ୨ୟ ଦିନରେ ପହଂଚିଛି. ଫଳରେ ବାଲିଗୁଡା ଠାରୁ କ. ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଦାରିଙ୍ଗବାଡି, ତୁମୁଡିବନ୍ଧ, କୋଟଗଡ, ମୁନିଗୁଡା, ରାୟଗଡା, ଭବାନୀପାଟଣା, ଜୟପୁର, ନର୍ଲା, ଏମ. ରାମପୁର, ଟିଟିଲାଗଡ଼, ବଲାଙ୍ଗୀର, କଳିଙ୍ଗା, ଫୁଲବାଣୀ, ଭଞ୍ଜନଗର, ଆସିକା, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପୁରୀ, ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଭାରୀଯାନ ଟ୍ରକ, ମିନି ଟ୍ରକ, ଜିପ, ଅଟୋ, ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଯାହା ଫଳରେ ଯାତ୍ରୀ ଓ଼ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାସହ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି l କିଛି ସରକାରୀ ବସ ଓ଼ ଅନ୍ୟାନ୍ୟ ଯାନବାହାନ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଗୁଡିକୁ ଅଟକାଇ ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବାକୁ ସଙ୍ଘପକ୍ଷରୁ ନିବେଦନ କରାଯାଇଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ଼ ଡାକରା ଦେଇ ଆଜି ଡ୍ରାଇଭର ମାନେ ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟ ଡାକରା ଦେଇଥିବା ବେଳେ ପ୍ରଥମ ଦିନରୁ ହିଁ ଲୋକମାନେ ହନ୍ତସନ୍ତ ହେଉଥିବା ନଜରକୁ ଆସିଛି ।
ଏବେ ବି ଦୂର ଦୁରାନ୍ତରୁ ଆସି ଯାତ୍ରୀମାନେ ବସଷ୍ଟାଣ୍ଡରେ ପଡି ରହିଛନ୍ତି ହେଲେ ଯିବାକୁ ଗାଡିନାହିଁ । ଏଭଳି ପରିସ୍ଥିତିରେ ୭ ଦଫା ଦାବୀକୁ ନେଇ ରାସ୍ତାକୁ ଓହ୍ଲାଇଥିବା ସଂଘ କିନ୍ତୁ ନିଜ ଜିଦରେ ଅଟଳ ରହିଛି । ଯାତ୍ରୀଙ୍କ ସମସ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଡ୍ରାଇଭର ମହାସଂଘର ସଦସ୍ୟ । ଏବଂ ଆଗକୁ ଯଦି ସରକାର ଦାବି ଗୁଡିକ ନମାନନ୍ତି ତାହାଲେ ଆସନ୍ତାକାଲି ଠାରୁ ଚରମପନ୍ଥା ଆପଣେଇବା ପାଇଁ ମହାସଂଘ ଚେତାବନୀ ଦେଇଛି । ସଂଘର ଦାବୀ ଗୁଡିକ ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି l
ସେହିପରି ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଦାବି ସଂଘପକ୍ଷରୁ କରାଯାଇଛି। ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବିକରିଛି।
ଏହି ଆନ୍ଦୋଳନରେ ବାଲିଗୁଡା ଡ୍ରାଇଭର ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ହୋଇଛନ୍ତି lଖବର ଲେଖାହେବା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି କବର ଆସିନାହିଁ
Recent Comments