logo
add image
୮ ଦଫା ଦାବୀନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ,

୮ ଦଫା ଦାବୀନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ,

ବୌଦ୍ଧ/୮/୭/୨୦୨୫/(ଆଧାର ମିଡ଼ିଆ) ଆଜି ସାରା ଓଡିଶାରେ ଡ୍ରାଇଭର ମହାସଂଘ ପକ୍ଷରୁ ୮ ଦଫା ଦାବୀନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘ ମଧ୍ୟ ସାମିଲ ହୋଇଛି । ବୌଦ୍ଧ ଡ଼୍ରାଇଭର ସଂଘ ପକ୍ଷରୁ ବୌଦ୍ଧ ସହର ମହାନଦୀ ବ୍ରିଜ ଛକ ଠାରେ ଜିଲ୍ଲାର ଶତାଧିକ ଡ଼୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇ ଧାରଣାରେ ବସିଛନ୍ତି। ଫଳରେ ସମସ୍ତ ଘରୋଇ ବସ୍,ଟ୍ରକ୍, ଟିପର, କମାଣ୍ଡର, ଅଟୋ,କାର ସହ ପ୍ରାୟ, ଚାରି ଚକିଆ ଯାନ ବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଡ୍ରାଇଭର ମହାସଂଘ ର ଧର୍ମଘଟ ଡାକରା ରେ ଗାଡି ଗୁଡିକ ବନ୍ଦ ଥିବାରୁ ସାଧାରଣ ଯାତ୍ରୀମାନେ ନାହିନଥିବା ହଇରାଣ ହୋଇଛନ୍ତି ।

Recent Comments

Leave Comments

Top