କଣିହାଁ/0୯/0୭/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ଏନଟିପିସିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଧର୍ମଘଟ ଡାକରାରେ ରାସ୍ତାଘାଟ ହାଟ ବଜାର ଶୂନଶାନ, କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ପ୍ରତିବାଦରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ସମୂହଙ୍କ ମିଳିତ ଆହ୍ବାନରେ ବୁଧବାର ଦିନ ସାଧାରଣ ଧର୍ମଘଟ ପାଳନ ପରିପ୍ରେକ୍ଷୀରେ ଏନଟିପିସି କଣିହାଁ ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ।
ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ୍ ବାତିଲ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ,ବିଦ୍ୟୁତ୍ ସଂଶୋଧନ ବିଲ ୨୦୨୨ ବାତିଲ, ପ୍ରିପେଡ ସ୍ମାର୍ଟ ବିଦ୍ୟୁତ୍ ମିଟର ଲଗାଇବା ବନ୍ଦ, ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା ନିର୍ଦ୍ଧାରଣ କରିବା, ପୁରୁଣା ପେନସନ ସ୍କିମ ପୁନଃପ୍ରଚଳନ କରିବା, ସର୍ବନିମ୍ନ ପେନସନ ମାସିକ ୧୦ହଜାର ଟଙ୍କା କରିବା,ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ପତ୍ରର ଦରବୃଦ୍ଧି ବନ୍ଦ କରିବା, ଖୁଚୁରା ବ୍ୟବସାୟରେ ଏଫ୍.ଡି. ଆଇ ବନ୍ଦ କରିବା, ପାଚିକା-ସହାୟିକା,ଆଶା, ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ଯତା ଦେବା ଏବଂ ପି.ଏଫ୍, ବୋନସ,ଇ.ଏସ୍.ଆଇ.ସି କ୍ଷେତ୍ରରେ ସର୍ବୋଚ୍ଚ ମଜୁରୀ ସୀମା(ସିଲିଂ) ଉଛେଦ କରିବା ,ଆଇ.ଏଲ୍.ଓ ସୁପାରିଶକୁ କାର୍ଯ୍ୟକାରୀ କରିବା ,ଭାରତୀୟ ଶ୍ରମ ସମ୍ମିଳନୀ ଅନୁଷ୍ଠିତ କରିବା ଆଦି ୧୭ ଦଫା ଦାବିରେ ଏହି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେଉଛି ବୋଲି ଶ୍ରମିକ ସଂଗଠନର ନେତାମାନେ ପ୍ରକାଶ କରିଥିଲେ।
ଆଇଏନଟିୟୁସି ନେତା ସତ୍ୟାନନ୍ଦ ସାହୁ, ଜଗବନ୍ଧୁ ପ୍ରଧାନ, ସୁଶୀଲ ବେହେରା, ଦୁଃଖବନ୍ଧୁ ନାଏକ, ବିଜୟ ନାଏକ, ଏଚ୍ ଏମ୍ ଏସ୍ ନେତା ପ୍ରସନ୍ନ କୁମାର ପାଣି , ଏଆଇୟୁଟିୟୁସି ନେତା ଜୟସେନ ମେହେର, ପ୍ରହ୍ଲାଦ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ପ୍ରଧାନ, ଟୁନା ନାଏକ, ପ୍ରତାପ ଚନ୍ଦ୍ର ପ୍ରଧାନ, ଗନ୍ଧର୍ବ ନାଏକ, ସୁନିଆ ନାଏକ, ନିଳାମ୍ବର ତିରିଆ ପ୍ରମୁଖଙ୍କ ନେତୃତ୍ବରେ ଏନଟିପିସି କଣିହାଁ ମେନ ଗେଟ୍ ସମ୍ମୁଖ ବାଇପାସ ଛକଠାରେ ସକାଳ ୬ଟାରୁ ଏହି ଧର୍ମଘଟ ସଂଗଠିତ ହୋଇଥିଲା।ଏହି ଧର୍ମଘଟରେ ଏନଟିପିସି କଣିହାଁର ସ୍ଥାୟୀ କର୍ମଚାରୀ ଓ ଠିକାଶ୍ରମିକମାନେ ସାମିଲ ଥିଲେ। ଫଳରେ ଏନଟିପିସି କାରଖାନାକୁ ଭାରୀଯାନ ଚଳାଚଳ ବନ୍ଦ ଥିବାବେଳେ ଶ୍ରମିକ କର୍ମଚାରୀ ମାନେ କାରଖାନା ଭିତରକୁ ଯିବା ବାଧାପ୍ରାପ୍ତ ହୋଇଥିଲା।
Recent Comments