logo
add image
ଇଶ୍ୱର ବେହେରା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋନୀତ।

ଇଶ୍ୱର ବେହେରା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋନୀତ।

କାକଟପୁର/୦୮/୦୭/୨୦୧୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ)-ଓଡ଼ିଶାରେ କାକଟପୁର ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ଥିବା ବେଳେ ସବୁବେଳେ ପ୍ରାୟ ବିଜେଡି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥାନ୍ତି. ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବା ବେଳେ ମଧ୍ୟ ଆଜି ଵି ସେଇ ବିଜେଡି ବିଧାୟକ ଭାବେ ତୁଷାର କାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନ ସଭାକୁ ଯାଇଛନ୍ତି, ବିଜେପି ଦଳ ରାଜ୍ୟକୁ କ୍ଷମତା ଆସିବା ପରେ କାକଟପୁର ନିର୍ବାଚନ ମଣ୍ଡଳୀକୁ ହାତକୁ ନେବାପାଇଁ ଖସଡ଼ା ପ୍ରସ୍ତୁତ କରୁଛି ଗ୍ରାସ ରୁଟରେ ବିଜେପିର ପୁରୁଖା କାର୍ଯ୍ୟକର୍ତା ମାନଙ୍କୁ ପଦ ପଦବୀ ଦେଇ ସଂଗଠନ ମଜଭୁତ କରିବାକୁ ଲକ୍ଷ୍ୟ କରିଥିବା ବେଳେ ଆଜି ଆଉଜଣେ ପୁରୁଖା କର୍ମୀ ତଥା ସଂଗଠକ ଓ କାକଟପୁର ବିଜେପି ଦଳର ଭିଷ୍ମ ପିତାମହ ଭାବେ ପରିଚିତ ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ବିଜେପି ରାଷ୍ଟ୍ରୀୟ ପରିଷଦକୁ ମନୋନୀତ କରାଯାଇଥିବାରୁ କାକଟପୁର ବିଜେପି କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସାଂଗଠନିକ ନେତୃତ୍ବଙ୍କୁ ସାଧୁବାଦ ଜଣାଇବା ସହିତ ନିର୍ବାଚନ ମଣ୍ଡଳୀରେ ଆନନ୍ଦର ଲହରି ଖେଳିଯାଇଛି।
ଶ୍ରୀ ବେହେରାଙ୍କୁ ଆନୁଷ୍ଠାନିକ ଭାବେ ରାଜ୍ୟ କାର୍ଯ୍ୟ କାରିଣୀରେ ଜଗତସିଂହପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ବାଇଁ,କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ, ବିଜେପି କାକଟପୁର ବ୍ଳକ ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ,ସାଂସଦ ପ୍ରତିନିଧି ତପନ କୁମାର ଦାସ, କ୍ଷୀରୋଦ କୁମାର ଦଳାଇଙ୍କ ସମେତ କାକଟପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ ମଣ୍ଡଳ ସଭାପତି ଓ ସାଂସଦ ପ୍ରତିନିଧି ପ୍ରମୁଖ ରାଜ୍ୟ ନେତୃତ୍ବଙ୍କୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ଶ୍ରୀ ବେହେରାଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇ ତାଙ୍କର ନିଯୁକ୍ତି କାକଟପୁର ନିର୍ବାଚନ ମଣ୍ଡଳୀର ଦୃଢ଼ ସଂଗଠନ ବୃଦ୍ଧିରେ ସହାୟକ ହୋଇ ବିଜେପି ନେତୃ ମଣ୍ଡଳଙ୍କ ହାତ ମୁଠାକୁ ଟାଣ କରିବା ଶହ ଆଗାମୀ ଦିନରେ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ବିଧାୟକକୁ ଜିତାଇ ବିଧାନ ସଭା କୁ ନିର୍ବାଚିତ କରାଇବାକୁ ଆଶା ପ୍ରକଟ କରିଛନ୍ତି। ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହା ପ୍ରତିଫଳନ ହେବାରେ ସହାୟକ ହେବବୋଲି ମଧ୍ୟ ମନରେ ଆଶା ପ୍ରକଟ କରିଛନ୍ତି 
                         

Recent Comments

Leave Comments

Top