logo
add image
ରାସ୍ତା ଉଦଘାଟନକୁ ପୁରିଲା ଏକବର୍ଷ  ନଅମାସ.ଏଯାଏଁ ପଡିଲାନି ମୁଠାଏ ମାଟି.

ରାସ୍ତା ଉଦଘାଟନକୁ ପୁରିଲା ଏକବର୍ଷ ନଅମାସ.ଏଯାଏଁ ପଡିଲାନି ମୁଠାଏ ମାଟି.

ପୁରୀ/୧୦/୭/୨୦୨୫/(ଆଧାର ମିଡ଼ିଆ) ରାସ୍ତା ନବୀକରଣ ପାଇଁ ହୋଇଛି ଟେଣ୍ଡର. ନିଯୁକ୍ତି ଅଛନ୍ତି ଠିକାଦାର.ତଦାରଖ କରିବେ ଯନ୍ତ୍ରୀ.ଉଦଘାଟନକୁ ପୁରିଲାଣି ଏକବର୍ଷ ନଅମାସ. ଏଯାଏଁ ପଡିଲାନି ଗାଣ୍ଡୁଏ ମାଟି. ମାଟି ନପଡିବାରୁ ରାସ୍ତାରେ ହୋଇଛି କୃତ୍ରିମ ହ୍ରଦ. ଯମ ହୀନସ୍ତା ଭୋଗୁଛନ୍ତି ଅଞ୍ଚଳ ବାସି ସମେତ ବାହାର ଅଞ୍ଚଳ ବାସି. ଏଭଳି ସମ୍ବେଦନ ଶିଳ ସମସ୍ୟା ହେଉଛି କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଖୋଦ ଓଡିଶା ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ ଥିବା ତଥା ଭୁବନେଶ୍ୱର ଠାରୁ ୫କି:ମି ଦୂରତା ଗ୍ରାମ ପୁବାଶାସନ. ଉକ୍ତଗ୍ରାମ ପୁରୀଜିଲ୍ଲା ପିପିଲି ବ୍ଲକ ଅଧୀନରେ ଯାଉଛି.
ଜାତୀୟ ରାଜପଥ ୨୦୩ ଠାରୁ ପୁବାଶାସନ ଗ୍ରାମକୁ ସଂଯୋଗ ଥିବା ରାସ୍ତାକୁ ଓଡିଶା ଗ୍ରାମ ଉର୍ନ୍ନୟନ ବିଭାଗ ଦ୍ୱାରା ନବୀକରଣ କାର୍ଯ୍ୟପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି. ଏହାକୁ ନବୀକରଣ କରିବା ପାଇଁ ପିପିଲି ଗ୍ରାମ ଉର୍ନ୍ନୟନ ବିଭାଗ ଦ୍ୱାରା ୨୦୨୩ ମସିହା ଅକ୍ଟୋବର ୧୦ତାରିଖରେ ପୂର୍ବତ୍ତନ ଓଡିଶା ଚର୍ଚ୍ଚିତ ବିଜେଡି ଯୁବ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ କରକମଳରେ ଏବଂ ପୁରୀଜିଲ୍ଲା ପୂର୍ବତ୍ତନ ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସେହି ସମୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ.ଉପାଧ୍ୟକ୍ଷ ତଥା ପିପିଲି ବ୍ଲକ ବିଜେଡି ଦଳର ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ.୨୨  ନମ୍ବର ଜିଲ୍ଲା ପରିଷଦ ଜୋନର ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ସଂଗୀତା ବେହେରା. ପୁବା ଶାସନ ଗ୍ରାମ ପଞ୍ଚାୟତ ସରପଞ୍ଚ ରଶ୍ମି ପ୍ରଭା ଦାସ. ପୁବାଶାସନ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଚନ୍ଦ୍ରମଣି ବେହେରା ସମେତ ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀ ଓ କର୍ମୀମାନଙ୍କ ଦ୍ୱାରା ଆନୁଷ୍ଠିନିକ ଭାବରେ ଉଦଘାଟନ ହୋଇଥିଲା.
ଉଦଘାଟନ ପରେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇନଥିବା ବେଳେ ଲଘୁଚାପ ଜନିତ ବର୍ଷାରେ ଉକ୍ତ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମାହୋଇ ରହିବା ଯୋଗୁ ଉକ୍ତ ପଞ୍ଚାୟତର ଦାସସାହି.ସର୍ଦାରସାହି. ଜେନା ସାହି. ତେରବାଟିଆ. ମଧୁପୁର. ଲଷ୍ମୀନାରାୟଣପୁର ଏବଂ ଜଗନ୍ନାଥ ପୁର ଗ୍ରାମର ହଜାର ହଜାର ଜନସାଧାରଣ. ସ୍କୁଲ ଛାତ୍ରଛାତ୍ରୀ. କେଲେଜ ଛାତ୍ରଛାତ୍ରୀ. ବୟସ୍କ ବୃଦ୍ଧା. ଗର୍ଭବତୀ ମହିଳା ଏବଂ ୧୦୮ .୧୦୨  ଆମ୍ବୁଲାନ୍ସ ବହୁ ହିନସ୍ତା ଭୋଗୁଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ମାନେ ପ୍ରକାଶ କରିଛନ୍ତି. ଏନେଇ ପିପିଲି ଗ୍ରାମ ଉର୍ନ୍ନୟନ ବିଭାଗ ଉପଖଣ୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମତାମତ ଲୋଡି ଥିବା ବେଳେ ରିପୋର୍ଟ ଲେଖା ଯିବା ବେଳକୁ ତାଙ୍କ ପ୍ରତିକ୍ରିୟା ମିଳି ନଥିଲା. ତେଣୁ ଏଦିଗରେ ବିଭାଗୀୟ ମନ୍ତ୍ରୀ ନଜର ଦେବାକୁ ଦାବୀ ହେଉଛି.

Recent Comments

Leave Comments

Top