ଖଡ଼ିଆଳ/୧୧/୦୭/୨୦୨୫/(ଆଧାର ମିଡ଼ିଆ//ସୁଜିତ କୁମାର ପ୍ରଧାନ)-ପୁଅ ବଦଳରେ ମାଆକୁ ଇଞ୍ଜେକସନ, ଏମିତି ଏକ ଅଭିଯୋଗ ଆସିଛି ଖଡ଼ିଆଳ ସବ ଡିଭିଜନ ହସ୍ପିଟାଲରୁ। ଖବର ମୁତାବକ ଖଡ଼ିଆଳ ବ୍ଲକ ବର ଗାଁର ରାଜୁତାଣ୍ଡି ଓ ଅଞ୍ଜୁତାଣ୍ଡି ନିଜର ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ଵର ହେବାରୁ ଆଜି ଡାକ୍ତରଖାନାକୁ ଆଣିଥିଲେ। ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ। ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବାପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ। କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଂଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଅଂଜୁଙ୍କ ପେଟରେ ମଧ୍ୟ ଛୁଞ୍ଚି ଫୋଡି ଦେବାର ଚିହ୍ନ ସ୍ପଷ୍ଟ ଭାବରେ ଦିଶୁଛି। ତାଙ୍କ ପେଟ ଦରଦ ହେଉଥିବା ମଧ୍ୟ ଅଞ୍ଜୁ କହିଛନ୍ତି।ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଘଟଣାକୁ ଅସ୍ବୀକାର କରିଥିଲେ ଓ କାଳେ ଫୋଡ଼ିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ। ଏନେଇ ମେଡିକାଲ ଇନ୍ ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ଓ ମାଆର ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବନାହିଁ ବୋଲି ଜଣାଇଥିଲେ।
Recent Comments