logo
add image
ଉତ୍କଳକ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସାଧାରଣ  ବୈଠକ ଅନୁଷ୍ଟିତ ।

ଉତ୍କଳକ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଟିତ ।

ଖୋର୍ଦ୍ଧା/୧୧/୭/୨୦୨୫ /:(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)- ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର ଜିଲା ସାଧାରଣ ବୈଠକ ଓ ସାମ୍ବାଦିକତା ଓ ସାମାଜିକ ମୂଲ୍ୟବୋଧ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ  ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଅବ୍ଯକ୍ତ ହରିହର ଖାଡ଼ଙ୍ଗାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ଯଅତିଥିଭାବେ ଯୋଗଦେଇଥିଲେ । ମୁଖ୍ୟ ବକ୍ତାଭାବେ ରାଜ୍ଯ ସଭାପତି ବିଭୂତିଭୂଷଣ କର ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ.ଧିରେନ୍ଦ୍ର ନନ୍ଦ ,ମୁଖ୍ଯ ଉପଦେଷ୍ଟା ଯୋଗେଶ ନାୟକ, ଜିଲା ଉପ ସଭାପତି ପ୍ରଦୀପ ପ୍ରଧାନ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ସତ୍ଯ ନାରାୟଣ ପାଇକରାୟ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ବିଧାୟକ ଶ୍ରୀ ସାହୁ କହିଲେ ଗଣମାଧ୍ୟମ ଯୋଗୁ ଉପାନ୍ତ ଅଞ୍ଚଳ ଖବର ମଧ୍ଯ କିଛି ସମୟ ମଧ୍ଯରେ ଲୋକଙ୍କ ନିକଟରେ ପହଞ୍ଚି ପାରୁଛି। ଦୁର୍ନୀତି, ଅନିତି, ଭ୍ରଷ୍ଟାଚାର ବିରୋଧ ଖବର ପରିବେଷଣ କରି ସରକାର, ପ୍ରଶାସନ ସଚେତନ କରିଥାନ୍ତି। ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ଯା ଉଠାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଉତ୍କଳ ସଂଘ ରାଜ୍ଯ ସଭାପତି ଶ୍ରୀ କର କହିଲେ ସାମ୍ବାଦିକ ମାନଙ୍କ ସାମାଜିକ ମୂଲ୍ଯବୋଧ ରହିଛି, ଏଣୁ ସେମାନେ ସମାଜରେ ସାମ୍ବାଦିକତା ଭଳି ଏକ ପେସାକୁ ଆପଣାଇ ନେଇଛନ୍ତି। ଶେଷ ପାହାଚରେ ଥିବା ଲୋକ ଉପକୃତ ହେଲେ ସାମ୍ବାଦିକତା ସାର୍ଥକତା ରହିବ।  ସାମ୍ବାଦିକ ପେନସନ ବୀମାରେ ମାତାପିତାଙ୍କୁ ଅନ୍ତର୍ଭୁକ୍ତ, ୬୦ବର୍ଷ ପରେ ସାମ୍ବାଦିକ ଙ୍କୁ ପେନସନ ପ୍ରଦାନ କରିବାକୁ ଦାବି ଉପସ୍ଥାପନ କରାଯିବ। ଭୁବନେଶ୍ବର ରେ ପ୍ରେସ ଏକାଡେମୀ ସ୍ଥାପନ ପାଇଁ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି କହିଥିଲେ। ଶିକ୍ଷାବିତ ଶ୍ରୀନନ୍ଦ କହିଲେ ସାମ୍ବାଦିକତାରେ ସ୍ବଚ୍ଛତା, ନିରପେକ୍ଷତା ଜରୁରୀ। ସାମ୍ବାଦିକତା ସୁଦୃଢ ହେଲେ ସମାଜର ପ୍ରଗତି ହେବ। ସାମ୍ବାଦିକ ମାନଙ୍କ ଜୀବନ ସଂଘର୍ଷମୟ। ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି।ସେହିପରି ଜିଲା ସମ୍ପାଦକ ଅଜିତ ସାହୁ ଅତିଥି ପରିଚୟ, କୋଷାଧ୍ୟକ୍ଷ ପ୍ରଭାତ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ବିକ୍ରମ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ  ସଂଘ ପକ୍ଷରୁ ଦିବଙ୍ଗତ ସାମ୍ବାଦିକ ଉଦ୍ଦେଶ୍ଯ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସଦସ୍ଯ ମାନଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ସଂଘ ପକ୍ଷରୁ ଅତିଥିଙ୍କୁ ମେମୋଣ୍ଟ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଛି।

 

 

Recent Comments

Leave Comments

Top