logo
add image
ଅବସରପ୍ରାପ୍ତ ସିଆରପିଏଫ ଜବାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଅବସରପ୍ରାପ୍ତ ସିଆରପିଏଫ ଜବାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବାଲିଗୁଡା/୧୨/୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବ୍ଲକ ଅଧୀନ ରଟିଙ୍ଗିଆ ଗ୍ରାମପଞ୍ଚାୟତରେ ସିଆରପିଏଫ ଜବାନ ବିକ୍ରମ ନାୟକ ନିଜ ଚାକିରୀ କାଳରୁ ଅବସର ନେଇ ନିଜ ଜନ୍ମମାଟିକୁ ଫେରିବା ପରେ ଗ୍ରାମବସୀ ମାନେ ରଟିଙ୍ଗିଆ ଗାସ୍ତିମାହା ଛକଠାରୁ ଇନ୍ଦ୍ରଗଡ଼ ଗ୍ରାମପର୍ଯ୍ୟନ୍ତ ଏକ ବିରାଟ ଶୋଭା ଯାତ୍ରାରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ପାଛୋଟି ନେଇଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ମିତ୍ରକା ନାୟକ, ଅଜିତ ନାୟକ, ଜିତେନ୍ଦ୍ର ନାୟକ, ଆମଶ ନାୟକ, ରାଜୁ ନାୟକ, ସମାଜସେବୀ ହୃଷୀକେଶ ପ୍ରଧାନ, ଜିପିଏଲ ଏଫର ସଦସ୍ୟା ନାମିନି ନାୟକ, ବ୍ଲେସି ପ୍ରଧାନ, ଅନୁପମା ପ୍ରଧାନଙ୍କ ସମେତ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ପ୍ରକାଶ ଯେ, ବିକ୍ରମ ନାୟକ ୧୯୮୫ ମସିହାରେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। ତାଙ୍କର ଦେଶ ସେବା ଓ ଦେଶରେ ଶାନ୍ତି ବାତାବରଣ ସୃଷ୍ଟି କରିବା ନିମନ୍ତେ ନିଜକୁ ନିୟୋଜିତ କରିଥିବା ହେତୁ ଅବସର ଗ୍ରହଣ କରିବା ପରେ ଅଞ୍ଚଳ
ବାସୀଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Recent Comments

Leave Comments

Top