logo
add image
ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଙ୍କ ଜନ୍ମଦିନ ଅବସରରେ ଆରୋଗ୍ୟ କାମନା ନିମନ୍ତେ ମନ୍ଦିରରେ ପ୍ରାର୍ଥନା

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଙ୍କ ଜନ୍ମଦିନ ଅବସରରେ ଆରୋଗ୍ୟ କାମନା ନିମନ୍ତେ ମନ୍ଦିରରେ ପ୍ରାର୍ଥନା

ଯୋଡ଼ା/କେନ୍ଦୁଝର,୧୫/୭(ଆଧାର ମିଡ଼ିଆ//ରିପୋର୍ଟ-ଟଙ୍କଧର ପାତ୍ର) କେନ୍ଦୁଝର ଜିଲ୍ଲା ରାଇସୁଆଁ ଅଧିନସ୍ଥ କଇଁସି ଗ୍ରାମରେ ଜନ୍ମଗ୍ରହଣ କରିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କର ସେବା କରିବାର ମନବଳ ଏକାଗ୍ରତା ଯୋଗୁ ଆଜି ଆଦିବାସୀ ସମାଜ ତଥା ଗରିବ ମାନଙ୍କ ହୃଦୟରେ ପ୍ରିୟପାତ୍ର ହୋଇପାରିଛନ୍ତି। ତାଙ୍କର ମହାନ କାମକୁ ନେଇ ୨୦୦୧ ମସିହାରେ ଭାରତର ରାଷ୍ଟ୍ରପତି କେ ଆର ନାରାୟଣ ଙ୍କ ଦ୍ଵାରା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିଥିଲେ। ଆଜି ସେହି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଙ୍କ ୭୮ତମ ଜନ୍ମଦିବସ ଅବସରରେ ତାଙ୍କର ପୂର୍ବତନ ଛାତ୍ର ଛାତ୍ରୀ,ଯୋଡ଼ା ବିଶ୍ଵ ହିନ୍ଦୁ ପରିଷଦ ର ସଦସ୍ୟ ଓ ଆଶାର ଦ୍ୱାର ଫାଉଣ୍ଡେସନ ସଦସ୍ୟ ମାନେ ଏକତ୍ରିତ ହୋଇ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ମନ୍ଦିରରେ ତାଙ୍କ ସ୍ୱାସ୍ଥ୍ୟର ଆରୋଗ୍ୟ କାମନା ନିମନ୍ତେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ  ସେ ରାଜଧାନୀ ଭୁବନେଶ୍ୱର ଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସହିତ ଭିଡ଼ିଓ କଲ ମାଧ୍ୟମରେ କଥା ହେଇଥିଲେ। ଏହାପରେ କେକ କାଟି କିଛି ଗରିବ ପିଲାମାନଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ। ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କ ଜୀବନ କାଳରେ ୩୦ ରୁ ଅଧିକ ବିଦ୍ୟାଳୟ ଗଢ଼ିଛନ୍ତି ଓ ସେରେଣ୍ଡା ଠାରେ ଥିବା ଆଦିବାସୀ ବିକାଶ ସମିତି ବିଦ୍ୟାଳୟ ରେ ଗରିବ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରି ତାଙ୍କର ବାକି ଜୀବନ ସେହି ଆଶ୍ରମରେ କାଟିବେ ବୋଲି ନିଷ୍ପତି ନେଇଛନ୍ତି।

Recent Comments

Leave Comments

Top