logo
add image
ସୌମ୍ୟଶ୍ରୀ ବିଶୀଙ୍କ ଆତ୍ମା ର ଶାନ୍ତି ଓ ନ୍ୟାୟ ନିମନ୍ତେ ମହମବତୀ ପଦଯାତ୍ରା ଆୟୋଜିତ l

ସୌମ୍ୟଶ୍ରୀ ବିଶୀଙ୍କ ଆତ୍ମା ର ଶାନ୍ତି ଓ ନ୍ୟାୟ ନିମନ୍ତେ ମହମବତୀ ପଦଯାତ୍ରା ଆୟୋଜିତ l

ବଲାଣି,୧୭/୭/୨୫(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ)ବାଲେଶ୍ୱର ଠାରେ ଥିବା ଫଖୀର ମୋହନ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମହତ୍ୟା ଘଟଣା କୁ ନେଇ ସାରା ଦେଶରେ ଖୁବ୍ ନିନ୍ଦା କରାଯାଉଥିବା ବେଳେ,କେନ୍ଦୁଝର ଜିଲ୍ଲା ବଲାଣି ବଜାର କମିଟି ପକ୍ଷରୁ ପୀଡ଼ିତା କୁ ଯଥାଶୀଘ୍ର ନ୍ୟାୟ ଓ ଦୋଷୀ କୁ ଫାଶୀ ଦଣ୍ଡ ଦଣ୍ଡିତ କରାଯାଉ ବୋଲି ସ୍ଳୋଗାନ ସହ ସୌମ୍ୟଶ୍ରୀ ଙ୍କ ଆତ୍ମାର ସଦଗତି/ଶାନ୍ତି ପାଇଁ ଏକ ଶାନ୍ତିପୂର୍ବକ ମହମବତୀ ପଦଯାତ୍ରା ଗୁରୁବାର ଦିନ ପ୍ରାୟ ସନ୍ଧ୍ୟା ୭ ଘଟିକାରେ ଆୟୋଜିତ ହୋଇଥିଲା ଏଥିରେ ସଂଖ୍ୟାଧିକ ସମାଜସେବୀ ମହିଳା ଓ ପୁରୁଷ ତଥା ବଜାର କମିଟି ର ବ୍ୟାପାରି ମାନେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି lଏହି ପଦ ଯାତ୍ରା ବଲାଣି ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ବଲାଣି ଟାଉନ ସିପ ର ମୁଖ୍ୟ ବଜାର,ମାଉଣ୍ଟ କ୍ଳବ୍ ଛକ,ବିବେକାନନ୍ଦ ଛକ ପରିକ୍ରମା କରି ଶେଷ ରେ ବିର୍ଷାମୁଣ୍ଡା ଛକ ନିକଟରେ ଉପସ୍ଥିତ ଥିବା ମହିଳା ଓ ପୁରୁଷମାନେ ସୌମ୍ୟଶ୍ରୀ ଙ୍କ ଆତ୍ମା ଶାନ୍ତି ନିମନ୍ତେ କିଛି ସମୟ ନିରବ ପ୍ରାର୍ଥନା କରି ଶେଷ ହୋଇଥିଲ.ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ରାଜ୍ୟରେ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ଆତ୍ମାହୁତି ର ଶିକାର ହେଉଥିବାର ତେଣୁ ବୁଦ୍ଧିଜୀବୀ ମହଲରେ ଏକ ଚିନ୍ତା ର ବିଷୟ ପାଲିଟିଛି ଏବଂ ବର୍ତମାନ ଭୟ କରିବାକୁ ଲାଗିଲେଣି ଅଭିଭାବକ ମାନେ ନିଜ ପିଲାମାନଙ୍କୁ ସ୍କୁଲ କଲେଜ ର ହଷ୍ଟେଲ ରେ ଛାଡିବାକୁ.ତେଣୁ ରାଜ୍ୟ ସରକାର ଏଭଳି ଘଟଣାକୁ ନେଉ ଉଚିତ ପଦକ୍ଷେପ ନେବାକୁ ଅଭିଭାବକ ମାନେ ଅନୁରୋଧ କରିଛନ୍ତି.   

Recent Comments

Leave Comments

Top