logo
add image
କଂଗ୍ରେସ ର ଏ ଓଡ଼ିଶା ବନ୍ଦ କାହିଁକି ?ଘର ସଜାଡିବାକୁ ସମୟ ଦରକାର୍

କଂଗ୍ରେସ ର ଏ ଓଡ଼ିଶା ବନ୍ଦ କାହିଁକି ?ଘର ସଜାଡିବାକୁ ସମୟ ଦରକାର୍

ସମ୍ବଲପୁର,୧୭/୦୭(ଆଧାର ମିଡ଼ିଆ//ରିପୋର୍ଟ- ରାଜେନ୍ଦ୍ର ନାୟକ)ବିଜେଡ଼ି ଶାସନ ବେଳେ ଯାହା ଘଟଣା ଘଟିଯାଇଛି ତାହା କାହାକୁ ଅଛପା ହୋଇ ରହିନାହିଁ। ପୂର୍ବର ୨୪ ବର୍ଷ ବିଜେଡ଼ି ସରକାର୍ କୁ ଜନ ସାଧାରଣ ପ୍ରତ୍ୟାଖ୍ୟାନ କରି ବିଜେପିକୁ ଭୋଟ୍ ଦେଇ ନୂଆ ସରକାର୍ ଗଢ଼ିବାକୁ ସୁଯୋଗ ଦେଲେ। ବିଜେପି ନେତୃତ୍ଵାଧୀନ ସରକାର୍ କୁ ଏବେ ବର୍ଷେ ରୁ ଅଧିକ ସମୟ ହୋଇଛି। ତେଣୁ ବିଜେଡ଼ି କଂଗ୍ରେସ୍ ଦଳ ଛାନିଆଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଟିକିବା ଗାଁ ର ସମାଜସେବୀ ରବିନ୍ଦ୍ର ପ୍ରସାଦ ପାଣିଗ୍ରାହୀ। ସେ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ବିଗତ୍ ସରକାର୍ ବେଳର ଦୁର୍ନୀତି ସୁଧାରିବା ପାଇଁ ସମୟ ଦରକାର୍, ଅଯଥା ବିଜେପିକୁ ଦୋଷାରୋପ କରି ଲାଭ କଣ ବୋଲି କହିଛନ୍ତି। ବିଜେଡ଼ି ସରକାର୍ ସମୟରେ ଯେତେ ଗୁଡ଼ିଏ ହତ୍ୟାକାଣ୍ଡ ଘଟିଗଲା ତାହା ଅବାଳ ବୃଦ୍ଧ ବନିତା ସଭିଏଁ ଜାଣିଛନ୍ତି। କେବେ କେହି ଇସ୍ତଫା ଦେଇଥିଲେ କି ? ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଇସ୍ତଫା ଦେଇଥିଲେ କି ? ତେଣୁ ବିଜେପି ଘର ସଜାଡ଼ିବାକୁ ସମୟ ଦରକାର୍, ଅପେକ୍ଷା କରି ଦେଖନ୍ତୁ ଅଯଥା ରେ କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ ସବୁ ଠିକ୍ ହୋଇଯିବ । ଆଲୋଚନା ମାଧ୍ୟମରେ ସବୁ ସମାଧାନ ହୋଇଯିବ। ଓଡିଶା ବନ୍ଦ ପାଳନରେ କଣ ସବୁ କ୍ଷତି ହେଉଛି ସଭିଏଁ ଜାଣିଛନ୍ତି। ସରକାରୀ ଅଫିସ୍, ଦୋକାନ ବଜାର, ଗାଡ଼ି ମଟର ବନ୍ଦ କରି ଲାଭ କଣ ? ଯାହା କ୍ଷତି ହେଉଛି ଭରଣା କରିବ କିଏ ? ବନ୍ଦ୍ ଯୋଗୁଁ ଜନସାଧାରଣ ବହୁତ୍ ଅସୁବିଧା ଭୋଗୁଛନ୍ତି ଚିନ୍ତା କରି ବନ୍ଦ୍ ପାଳନ କରନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରେସ ବିବୃତି ରେ ଜଣାଇଛନ୍ତି।

Recent Comments

Leave Comments

Top