logo
add image
୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର; ଯାତାୟାତ ଠପ୍‌

୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର; ଯାତାୟାତ ଠପ୍‌

ବାଲିଗୁଡା/୨୦/୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି। ଉକ୍ତ ଘାଟି ରାସ୍ତାର ଏକ ବୁଲାଣିରେ ଟ୍ୟାଙ୍କର ଫସିଯିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି l ସୂଚନାନୁଯାୟୀ, ଏକ ପିଚୁ ବୋଝେଇ ଟ୍ୟାଙ୍କର ବୁଲାଣି ରାସ୍ତାରେ ବୁଲାଇ ନପାରି ସିଧାଯିବାକୁ ଚେଷ୍ଟା କରିଥିଲା,ଫଳରେ ଖସିଯିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଳକଙ୍କ ଉପସ୍ଥିତ ବୁଦ୍ଧିଯୋଗୁ ବଡ଼ ଦୁର୍ଘଟଣାରୁ ଟ୍ୟାଙ୍କରଟି ରକ୍ଷା ପାଇଯାଇଥିଲା। କିନ୍ତୁ ଏହା ଫସି ରହିଥିବାରୁ ଘାଟି ରାସ୍ତାର ଉଭୟ ପାଖରେ ବହୁ ଛୋଟବଡ଼ ଗାଡି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ପର୍ଯ୍ୟଟକ ମାନେ ପରିବାର ସହ ଘାଟି ଓ ଜଙ୍ଗଲ ମଧ୍ୟରେ ଭୋକ ଉପାସରେ ଫସି ରହିଥିବା ଜଣାପଡିଛି।

Recent Comments

Leave Comments

Top