ବୌଦ୍ଧ,୨୦ା୭(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗଣ୍ଡିସର (ବାରପୁଡା ଛକ) ଠାରେ ଗତ ମଇ ୨୭ ତାରିଖ ଦିନ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏକ ଆଦିବାସୀ ପରିବାରର ବାପ ଝିଅଙ୍କ ମୃତ୍ୟୁ ହୋଇଥିଲା।ଟିକରପଡା ପଞ୍ଚାୟତର ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲିକ (୩୨) ଓ ତାଙ୍କ ପତ୍ନୀ ଓ ଛୋଟ ଛୋଟ ୩ ଝିଅକୁ ନେଇ ଶଳା ବାହାଘର ସାରି ନିଜ ଘରକୁ ବାଇକ ଯୋଗେ ଫେରୁଥିବାବେଳେ ବାରପୁଡାଛକ ଠାରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହଁ ଧକ୍କା ହୋଇଥିଲା।ଦୁର୍ଘଟଣାରେ ଘଟଣା ସ୍ଥଳରେ ଗଜେନ୍ଦ୍ର ଓ ତାଙ୍କ ୬ ବର୍ଷର ଝିଅ ଲିପସା ର ମୃତ୍ୟୁ ହୋଇଯାଇଥିଲା।ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଚରିଆପାଲି ଗ୍ରାମର ମୃତକ ଗଜେନ୍ଦ୍ର ମଲ୍ଲିକଙ୍କ ପରିବାରକୁ ପ୍ରଦାନ କରାଯାଇଛି।ଏହି ଚେକ କୁ ମୃତକ ଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଲ୍ଲିକ ଗ୍ରହଣ କରିଥିଲେ l ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ,ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଓ କୁମଦଚନ୍ଦ୍ର ଦଳବେହେରା ଚରିଆପାଲିରେ ପହଞ୍ଚି ଏହି ସହାୟତା ରାଶିର ଚେକ୍ ପ୍ରଦାନ କରିଥିବା ଜଣାଯାଇଛି।
Recent Comments