logo
add image
ବିଏସ୍‌ଏନ୍‌ଏଲ ସେବା ଠପ :ଅନଲାଇନ ସେବାରୁ ଉପଭୋକ୍ତା ବଞ୍ଚିତ:

ବିଏସ୍‌ଏନ୍‌ଏଲ ସେବା ଠପ :ଅନଲାଇନ ସେବାରୁ ଉପଭୋକ୍ତା ବଞ୍ଚିତ:

ଭୁବନେଶ୍ୱର/ଓଡିଶା// କନ୍ଧମାଳ/୨୧//୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାରେ ଏବେ ବିଏସଏନଏଲ ସେବା ଏକରକମ ଠପ ହୋଇ ଯାଇଛି କହିଲେ ଚଳେ.୨୦୦୯ ମସିହାରେ ଦେଶରେ କଂଗ୍ରେସ ସରକାର ସମୟରେ କୋଟି କୋଟି ଟଙ୍କା ଘୋଟାଲା ହୋଇଥିଲା.କିନ୍ତୁ କଂଗ୍ରେସ ସରକାର ନେଟୱାର୍କ ସେବା ଯୋଗାଇବାରେ ହେଳାକରିନଥିଲା.କିନ୍ତୁ ଏକ ପରିତାପର ବିଷୟ ଏହିକିଯେ ୨୦୧୪ ମସିହାରୁ ଅର୍ଥାତ ଯେବେଠାରୁ ବିଜେପି ସରକାର ଦେଶରେ ଶାସନ କଲା ସେହିଦିନ ଠାରୁ ବିଏସଏନଏଲ ସେବା ଏକ ରକମ ଠପ ହୋଇପଡିଛି.
ଏହାର ମୁଖ୍ୟ କାରଣ ହେଉଛି ଘରୋଇ କମ୍ପାନୀ ଜିଓ ଏବଂ ଏଆରଟେଲ,୨୦୨୩/୨୪ରେ ବିଏସଏନଏଲ୪ଜି ସେବା ଯୋଗାଇ ଦେବାର ପ୍ରତିଶୃତି ଦେଇ ସରକାର କୋଟି କୋଟି ଟଙ୍କା ଅପବେୟ କଲାପରେ ୮୦ହଜାର ମୋବାଇଲ ଉପଭୋକ୍ତା ଜିଓ ଓ ଏଆରଟେଲ ସିମ ଫୋପାଡ଼ି ଦେଇ ବିଏସଏନଏଲର ସିମ ପକାଉଥିଲେ.ଯାହାକି ଘରୋଇ କମ୍ପାନୀ ମାନଙ୍କର ହୋସ ଉଡ଼ିଗଲା କିନ୍ତୁ କିଛି ଦିନପରେ ବି ଏସ ଏନ ଏଲର ନେଟୱାର୍କ ଧୀରେ ଧୀରେ କମିବାକୁ ଲାଗିଲା.ଏ କଥାକୁ ଉପଭୋକ୍ତାମାନେ ସହଜରେ ହଜମ କରିପାରୁ ନାହାନ୍ତି.କିନ୍ତୁ ନିରୁପାୟ ହୋଇ ଆଖି କାନ ବନ୍ଦ କରିବାକୁ ପଡୁଛି.
ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଜାଣୁଥିଲେବି ପୁରା ପୁରୀ ଚୁପ? ଜୀଏବି ଆବାଜ ଉଠାଇବ ତାର ଦଶା ଖରାପ ପଡିଗଲା ବୋଲି ଜାଣିବାକୁ ପଡିବ.ଏଭଳି ପରିସ୍ଥିତି ସାରା ଦେଶରେ ପଡ଼ିଥିଲେବି ଜଙ୍ଗଲ ଓ ଘାଟି ଇରିଆରେ ବିଲକୁଲ ନେଟୱାର୍କ ନ ଆସିବାରୁ ଉପଭୋକ୍ତା ମାନେ ହଇରାଣ ହରକତ ହେବା ସହିତ ସମସ୍ତ ସରକାରୀ କାର୍ଯ୍ୟ ଠପ ହୋଇପଡିଛି.ଏଭଳି ଏକ ଜଙ୍ଗଲ ଏରିଆ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଠାରେ ଦେଖିବାକୁ ମିଲାଇଛି.ଗତ ୨୦ ଦିନରୁ ଊର୍ଦ୍ଧ୍ୱହେବ ବିଏସ୍‌ ଏନ୍‌ ଏଲର ମୋବାଇଲ ନେଟ୍‌ଓ୍ବର୍କ ସେବା ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତା ମାନେ ହଇରାଣ ଭୋଗୁଛନ୍ତି। ମୋବାଇଲ ସେବା ଅଚଳ ଯୋଗୁ ଗ୍ରାହକ ସେବା କେନ୍ଦ୍ର ସମେତ କ୍ଷୁଦ୍ର ବ୍ୟାଙ୍କ, ଅନ୍‌ଲାଇନ କାର୍ଯ୍ୟ ସମେତ ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।
ଗତ ୨୦୦୮ରୁ ସ୍ଥାପନ ହୋଇଥିବା ଏହି ସେବା ଏବେ ପୂର୍ବପେକ୍ଷା ଅଧିକ ସମୟ ଅଚଳ ହୋଇପଡୁଛି। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବିଏସ୍‌ଏନ୍‌ଏଲ୍‌ର ଜେନେନେଟର ଅଚଳ ହୋଇପଡ଼ିଥିବା ବେଳେ ତାକୁ ମରାମତି କରାଯାଉନାହିଁ କି ନୂତନ ଜେନେନେଟର ସ୍ଥାପନ କରାଯାଉନାହିଁ। ସେହିପରି ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ଓ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ୫-ଜି ଜିଓ ନେଟ୍‌ଓ୍ବର୍କ ମିଳିତ ସଂଯୋଗ କରାଯାଇଥିବା ବେଳେ ବିଦ୍ୟୁତ୍‌ ବିଭ୍ରାଟ ହେଲେ ବିଏସ୍‌ଏନ୍‌ଏଲର ୪-ଜି ଏବଂ ଜିଓ ୫-ଜିକୁ ମଧ୍ୟ ଜେନେନେଟର ଅଚଳ ଯୋଗୁ ବନ୍ଦ କରିଦିଆଯାଉଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏବେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଏତେଦିନ ମରାମତିରେ ବିଳମ୍ବ ଯୋଗୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବାଧାସୃଷ୍ଟି ହୋଇଛି। ଏନେଇ ବିଭାଗର କନ୍ଧମାଳ ଡିଜିଏମ୍‌ ବୃନ୍ଦାବନ ମାଝୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ମତାମତ ଦେବା ପାଇଁ ମନା କରିଥିଲେ ।

Recent Comments

Leave Comments

Top