logo
add image
ସାହାରା ଖୋଜୁଛନ୍ତି ଅନ୍ଧ ଦମ୍ପତ୍ତିଙ୍କ ଶିଶୁ

ସାହାରା ଖୋଜୁଛନ୍ତି ଅନ୍ଧ ଦମ୍ପତ୍ତିଙ୍କ ଶିଶୁ

ଗୁଣୁପୁର/ରାୟଗଡା/୨୨/୭/୨୦୨୫/(ଆଧାର ମିଡ଼ିଆ)-ବାପା ଓ ମା ଦୁଇଜଣ ସାରା ଜନ୍ମରୁ ଅନ୍ଧ । ପାଖରେ ଦୁଇଟି ଶିଶୁ । ୭ ବର୍ଷର ଝିଅଟିଏ ଓ ଦେଢ ବର୍ଷର ପୁଅଟିଏ । ଏହି ଦୁଇଶିଶୁଙ୍କ ଉପଯୁକ୍ତ ଶିକ୍ଷା ଓ ଲାଳନ ପାଳନ କିପରି କରିବେ ଏବେ ଏହି ଚିନ୍ତା ଘାରିଛି ଅନ୍ଧ ବାପା ଓ ମାଙ୍କୁ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଡମ୍ବସରା ପଞ୍ଚାୟତ ତାଲାସିଂ ଗ୍ରାମରେ ରହନ୍ତି ପୋଟନୁର କୃଷ୍ନା ଓ ପତ୍ନୀ ମାମିନା । ଦୁହେଁ ପତି ପତ୍ନୀ ଜନ୍ମରୁ ଅନ୍ଧ । ଭଗବାନ ବାପା ମାକୁ ସିନା ଆଖି ଦେଇନାହାନ୍ତି ହେଲେ ତାଙ୍କର ଦୁଇପିଲା ସୁସ୍ଥ ଅଛନ୍ତି ।ସରକାରୀ ସହାୟତା କହିଲେ ଏକ ହଜାର ଟଙ୍କା ଭତ୍ତା ଓ ରାସନ କାର୍ଡରେ ୫ କେଜି ଲେଖାଏଁ ଚାଉଳ ପାଉଥିବା ଜଣାପଡିଛି । ବର୍ତ୍ତମାନ ଉକ୍ତ ଦମ୍ପତ୍ତି ନିଜ ଦୁଇପିଲାଙ୍କ ଭବିଷ୍ୟତ ନେଇ ଚିନ୍ତିତ ଅଛନ୍ତି । ତେଣୁ ସରକାରୀ ସ୍ତରରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାସହ ଉକ୍ତ ଦୁଇଶିଶୁଙ୍କ ଥଇଥାନ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ସାମାଜିକ ସୁରକ୍ଷା ଓ ଶିଶୁ ସୁରକ୍ଷା ସ୍ଥାନୀୟ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି l

Recent Comments

Leave Comments

Top