ରେଢ଼ାଖୋଲ/ସମ୍ବଲପୁର/ ୨୨/୦୭/୨୦୨୫/(ଆଧାର ମିଡ଼ିଆ //ଭିକାରି ଚରଣ ପ୍ରଧାନ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଭୀମଭୋଇ ଛକଦେଇ ରାଞ୍ଚି ବିଜୟୱାଡା ଯାଇଥିବା ଜାତୀୟ ରାଜପଥ ଏନ୍ଏଚ୍ ୧୫୩ବି ସହରରେ ସମ୍ପୁର୍ଣ୍ଣ ଖାଲଖମା ଧୂଳିମୟରେ ପରିପୂର୍ଣ ହୋଇ ରହିଛି। ଯଦ୍ୱାରା ସାଧାରଣ ଜନତା ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିରେ ସହରର ୪ କିଲୋ ମିଟର ଭୀମଭୋଇ ଛକଠାରୁ କେନ୍ଦୁକଟା ଛକପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ରହିଥିବା ବେଳେ ବିଶେଷ କରି ଭୀମଭୋଇ ଛକଠାରୁ ଗ୍ରିଡ୍ କୋ ପର୍ଯ୍ୟନ୍ତ ବଡ଼ ବଡ଼ ଖାଲଖମା ଏବଂ ଧୂଳିମୟରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ଏହି ରାସ୍ତା ଦୂରବସ୍ଥା ବିଷୟରେ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଅଧିକାରୀ ମାନଙ୍କ ପାଖରେ ଦାବୀ କରି ଆସୁଥିଲେ ମଧ୍ୟ ଅଧିକାରୀ ମାନେ କର୍ଣ୍ଣପାତ କରିନଥିଲେ। ତେବେ ମଙ୍ଗଳବାର ଦିନ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ସମେତ ଅଞ୍ଚଳବାସୀ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ, ଜାତୀୟ ରାଜପଥ ଏସଡିଓ ଶ୍ୟାମସୁନ୍ଦର ପ୍ରସାଦ ରାମ, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ଵାଳ, ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପ୍ରମୁଖ ଙ୍କୁ ଡାକି ରାସ୍ତାର ଦୂରବସ୍ଥା ବିଷୟରେ ଆଲୋଚନା କରିଥିଲେ।
ତେବେ ଏଥିରେ ଉତ୍ତ୍ୟକ୍ତ ସହରବାସୀ ସେମାନଙ୍କୁ ସେହି ଧୂଳିମୟ ଖାଲଖମା ରାସ୍ତାରେ ଚଲେଇ ଚଲେଇ ସହରର ଭୀମ ଭୋଇ ଛକରୁ ଏନ୍ଏସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇ ବିଭିନ୍ନ ଖାଲଖମା ଜମି ରହିଥିବା ପାଣି, କଲ୍ଭଟ୍, ଡ୍ରେନ୍ ସମେତ ବିଭିନ୍ନ ସମସ୍ୟା ଦେଖାଇଥିଲେ। ଏହି ବ୍ୟସ୍ତ ବହୁତ ଜାତୀୟ ରାଜପଥ ଦେଇ ପ୍ରତିଦିନ ହଜାର ହଜାର ଗାଡି ପ୍ରତ୍ୟହ ଯାତାୟାତ କରୁଥିବା ବେଳେ ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଏଥିରେ ଅଧିକାରୀ ମାନେ ନିରୀକ୍ଷଣ ପରେ ଏହି ରାସ୍ତା ସମସ୍ୟାର ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ସହରବାସୀ ପ୍ରଶାସନ ଅଧିକାରୀ ମାନେ ଦେଇଥିବା ସମୟ ଭିତରେ ସମସ୍ୟା ସମାଧାନ ନ ହେଲେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।
Recent Comments