logo
add image
ପୁରୀରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ।

ପୁରୀରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ।

ପୁରୀ/୨୫/୭/୨୦୨୫/(ଆଧାର ମିଡ଼ିଆ)-ପୁରୀର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ଦିବ୍ୟଜ୍ୟୋତି ପରିଡା।କାର୍ଯ୍ୟରେ ଯୋଗଦାନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନକରି ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ସ୍ବାଗତ କରିଥିଲେ।ପରେ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଶୁଭେଚ୍ଛା ଜଣାଇଥିଲେ।ଜିଲ୍ଲାପାଳ ଶ୍ରୀ ପରିଡା ନିଜ ପ୍ରତିକ୍ରିୟାରେ ଜିଲ୍ଲାକୁ ଆଗକୁ ନେବାକୁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ।ଏହା ପୂର୍ବରୁ  ଶ୍ରୀ ପରିଡା ଗଞାମର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ସେହିଭଳି ପୁରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା ଚଞ୍ଚଳ ରାଣାଙ୍କର ବିଏମସିର କମିଶନର ଭାବେ ବଦଳି ହୋଇଛି।

Recent Comments

Leave Comments

Top