ଵିଷମକଟକ/ଚନ୍ଦ୍ରପୁରୁ/୨୫/୭/୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ),ରାୟଗଡା ଜିଲ୍ଲାର ଚନ୍ଦ୍ରପୁରୁ ବ୍ଲକକୁ ଅନୁନ୍ନତ ଅଞ୍ଚଳ ତଥା ପନିସମେଣ୍ଟ ଏରିଆ ବୋଲି ପ୍ରଶାସନିକ ଅଧୀକାରୀଙ୍କ ଠାରୁ ଆରମ୍ଭ କରି ସହରାଞ୍ଚଳ ଲୋକମାନେ ମଧ୍ୟ କହିବାକୁ ପଛାଉ ନାହାଁନ୍ତି। କିନ୍ତୁ ଏହାକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କ୍ଇନ କିମ୍ଵାକା ଘୋର ବିରୋଧ କରି କହିଛନ୍ତି ,ସରକାରଙ୍କ ଅନୁଦାନରେ ଏବେ ପୂର୍ଵ ଅପେକ୍ଷା ଗମନାଗମନ,ଶିକ୍ଷା, ସ୍ଵାସ୍ଥ୍ୟ,ରାସ୍ତା ଘାଟର ଅଦ୍ଭୁତ ପୂର୍ବ ପରିବର୍ତ୍ତନ ଘଟି ଉନ୍ନତି ହୋଇଛି।ହେଲେ କେତେକ କର୍ମଚାରୀ ଓ ଅଧିକାରୀଙ୍କ ଠକାମି ମନଵୃତି, ଏଵଂ ଏନ୍ ଜି ଓ, ଠିକାଦାର ଓ ଯନ୍ତ୍ରୀଙ୍କ ଶୋଷଣ ମନଵୃତି ଯୋଗୁ ଅଧିକ ଜନକଲ୍ୟାଣ କାର୍ଯ୍ୟର ସ୍ବଛତାର ବାଧକ ସାଜୁଛନ୍ତି।ଯାହାକି ସିଂହ ଭାଗ ଲୁଟୁଥିବା ବେଳେ ସ୍ବଳ୍ପ ସିମିତ କାର୍ଯ୍ୟ ହେଉ ଥିବାରୁ ,ଏହିପରି ଉଚ୍ଚାରଣ ଶୁଣିବାକୁ ମିଳୁଛି।ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଵ୍ଲକ ଅଫିସ୍ ଗୃହ ନିର୍ମାଣର ନମୁନା।ଏହି କାର୍ଯ୍ୟାଳୟର ଉପର ଘର ତତ୍କାଳୀନ ଯନ୍ତ୍ରୀ ଶ୍ରୀ ହଂସଦାଙ୍କ ସମୟରେ ନିମ୍ନମାନର ନିର୍ମାଣ ହୋଇଥିଲେ ମଧ୍ୟ ୨୫/୩୦ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ୪୦ଲକ୍ଷର ବିଲ୍ କରାଯାଇଅଛି।ତା ସତ୍ବେ ଜେଇଙ୍କ ଠିକାଦାର ଦାଵୀ କରୁଛନ୍ତି ଆହୁରି ଉପର ଘର ବିଲ୍ ବାକି ରହିଛି, କିନ୍ତୁ ସେ ଘର ନିର୍ମାଣର କୈ।ଣସି ଫାଇଲ ନଥାଇ ଗାଏବ ହୋଇଥିବା ଶୁଣିବାକୁ ମିଳୁଛି।
ସେତେବେଳେ ଉପର ଘର ସହିତ ଅସୁରକ୍ଷିତ ଭାବେ ଉପରକୁ ଲୁହା ସିଡି କରାଯାଇଥିଲା। କିନ୍ତୁ ଶିଡିର ନିରାପଦ ଦୃଷ୍ଟିରୁ ଯନ୍ତ୍ରୀ ଶ୍ରୀ କିଶାନ ବାବୁ ନିଜ ନାମରେ କାର୍ଯ୍ୟାଦେଶ ଥାଇ ସ୍ଥାନୀୟ ମିସ୍ତ୍ରୀ ଓ ଲେବରଙ୍କ ବଦଳରେ ବାଂଲାଦେଶୀ ମିସ୍ତ୍ରୀ ଓ ଲେବରଙ୍କ ଦ୍ଵାରା ଅଧା ଟ୍ରାକ୍ଟର କାଦୁଅ ମିସା ବାଲିରେ ଗୋଟିଏ ସିମେଣ୍ଟ ଦେଇ ଶିଡିକାର୍ଯ୍ୟ ହେଵାସହ ଗ୍ରାନାଇଟ ସିଡ଼ିରେ ପକାଯାଉଛି।ଏହାକୁ ଦେଖିବାକୁ ଜେଇ କିମ୍ଵା ଏଇ ଉପସ୍ଥିତ ରହୁନଥିବା ଏଵଂ ବାହାର ରାଜ୍ୟର ବଙ୍ଗାଳୀ ମିସ୍ତ୍ରୀ ତାଙ୍କ ମର୍ସୀରେ ଜେଇଙ୍କ କହିବାନୁଯାୟୀ କାର୍ଯ୍ୟ କରୁଛନ୍ତି। ତେବେ ଏହି ଶିଡିର ସ୍ଥାୟିତ୍ଵ ଓ ସୁରକ୍ଷା ନେଇ ସନ୍ଦିହାନ ହୋଇପଡିଛନ୍ତି ବ୍ଲକକୁ ଆସୁଥିବା କର୍ମଚାରୀ ତଥା ଜନସାଧାରଣ। ଏନେଇ ଜେଇ କିଶାନ ବାବୁଙ୍କ ସହିତ ଫୋନରେ ଯୋଗାଯୋଗ କଲେ ମଧ୍ୟ ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇପାରିଲା ନାହିଁ।ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉଚ୍ଚମାନର ସିଡି ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି,ଯଦି କିଛି ଅଘଟଣ ଘଟେ ସେଥିପାଇଁ ଜେଇ ନା ବିଡ଼ିଓ ଦାୟୀ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Recent Comments