logo
add image
ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ମହିଳା ଓ ଶିଶୁ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ପୁରୀ/୨୬/୭/୨୦୧୫/(ଆଧାର ମିଡ଼ିଆ)- ପୁରୀଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ସମସ୍ତ ୨୫୯୯ ଅଙ୍ଗନବାଡି କେନ୍ଦ୍ରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା, ବେଟୀ ବଚାଓ ବେଟୀ ପଢାଓର ଆହ୍ଵାନ ଦେଇ ଏହି ଶୋଭାଯାତ୍ରା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଅଞ୍ଚଳ ପରିକ୍ରମା କରିଥିଲା।ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଓ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ।
ସମାଜରେ ଝିଅ ଓ ପୁଅ ଉଭୟଙ୍କର ଅବଦାନ ରହିଛି।ଝିଅକୁ ଉପଯୁକ୍ତ ଭାବେ ସୁରକ୍ଷା ଦେଲେ ଓ ପଢାଇଲେ ସେମଧ୍ୟ ସମାଜରେ ଜଣେ ଜଣେ ସମ୍ବଳ ହୋଇ ଉଭାହେବେ।ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିଶୁ ବିଶେଷ କରି ଝିଅମାନଙ୍କ ସୁରକ୍ଷା ଲକ୍ଷ୍ୟ ରେ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବୋଲି ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବେଉରା ସୂଚନା ଦେଇଥିଲେ।
ଅପରପକ୍ଷରେ ଯଦି କୌଣସି କ୍ଷେତ୍ରରେ ଅସଦାଚରଣ ବା ସେହିଭଳି ମନ୍ଦ ଉଦ୍ଦେଶ୍ୟରେ କାହାଠାରୁ ଇଙ୍ଗିତ ମିଳେ ତେବେ ତତକ୍ଷଣାତ ମହିଳା ମାନଙ୍କ ସୁରକ୍ଷା ପାଇଁ ହେଲ୍ପ ଲାଇନ ନମ୍ବର ୧୮୧,ଶିଶୁ ସୁରକ୍ଷା ହେଲ୍ପ ଲାଇନ ନମ୍ବର ୧୦୯୮ ଓ ଏମରଜେନ୍ସି ନମ୍ବର ୧୧୨ ରେ ଯୋଗାଯୋଗ ପାଇଁ ଏହି ଶୋଭାଯାତ୍ରାରେ ସୂଚନା ଦିଆଯାଇଥିଲା।ଅପରପକ୍ଷରେ ସମସ୍ୟା ପାଇଁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଆଇସିସି ବା ଇଣ୍ଟରନାଲ କମ୍ଲେନ କମିଟି ର ସହାୟତା ନେବା ପାଇଁ ଅନୁରୋଧ କରାଯାଇଥିଲା।

Recent Comments

Leave Comments

Top