ପିପିଲି/୨୬/୭/୨୦୨୫/(ଆଧାର ମିଡ଼ିଆ)-ବଳଙ୍ଗା ପୀଡ଼ିତାଙ୍କ ଘଟଣାରେ ଆଜି ମାମଲାର ତଦନ୍କାରି ଅଫିସର ଦିବ୍ୟରଞ୍ଜନ ପଣ୍ଡା. ପୁରୀ ହେଡ କ୍ୱାର୍ଟର ମହିଳା ଡ଼ିଏସପି କଳ୍ପନା କୁଆଁରୀଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଜଣେ ସମ୍ପର୍କିୟ ପିୟୁସି ,ବାନ୍ଧବୀ ,ଗାଁର ଜଣେ ଯୁବକ ଓ ଅନ୍ୟଜଣେ ମହିଳାଙ୍କୁ ଶନିବାର ଦିନ ସନ୍ଧ୍ୟାରେ ନିମାପଡ଼ା ଜେ ଏମ ଏଫ ସି ମାଜିଷ୍ଟେଟଙ୍କ ନିକଟରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୮୩ ଅନୁଯାୟୀ ସେମାନଙ୍କ ବୟାନ ରେକର୍ଡ କରାଯାଇଛି।ପୁରୀ ଏସପି ପିନାକ ମିଶ୍ର ଏହି ଘଟଣାର ସାକ୍ଷୀଭାବେ ଏହି ଚାରିଜଣଙ୍କୁ ପଚରାଉଚରା ପରେ ସେମାନଙ୍କୁ ନିମାପଡ଼ା ଜେ ଏମ ଏଫ୍ ସି ଙ୍କ କୋର୍ଟରେ ହାଜର କରାଯାଇଥିବା ସୂଚନାମିଳିଛି.
Recent Comments