ଵିଷମକଟକ/୨୭/୭/୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ମୁନିଖୋଲ ପଞ୍ଚାୟତର ନିୟମଗିରି ପାହାଡ଼ର ୧୦କିମି ଉପରେ ବଡଡେଙ୍ଗୁଣି ଗ୍ରାମରେ ୧୧୨ଖଣ୍ଡ ଗ୍ରାମର ଡଙ୍ଗରିଆ ଆଦିବାସୀଙ୍କ ନିୟମଗିରି ସୁରକ୍ଷା ମଞ୍ଚପକ୍ଷରୁ ନିୟମଗିରି ବଞ୍ଚାଅ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ବଡଡେଙ୍ଗୁଣି ଠାରେ ଅନୁଷ୍ଠିତ ଏହି ବୈଠକକୁ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକା, ଉପସଭାପତି ଦଧି ପୁସିକା ଏଵଂ ଯୁବ କମିଟିର ସଭାପତି ଦାସୁରୁ କାଡ୍ର କାଙ୍କ ମିଳିତ ନେତୃତ୍ବରେ ନିୟମଗିରି ସୁରକ୍ଷା ନେଇ ଆଗାମି କାର୍ଯ୍ୟପନ୍ଥା ପାଇଁ ଆଲୋଚନା ହୋଇଯାଇଛି।
କିଛିଦିନ ନିରବତା ପରେ କମ୍ପାନୀ ଓ ତାଙ୍କର ଦଲାଲ ମାନେ ଯେପରି ସରକାର ଉପରେ ଚାପ ପକାଇ ନିୟମଗିରି ପର୍ବତ ମାଳା କୁ ହାତେଇବାକୁ ଚେଷ୍ଟା କରୁଛନ୍ତି ତାହା ଫଳପ୍ରଦ ହେବାକୁ ଦେଵେ ନାହଁ ବୋଲି ବୈଠକରେ ଦୃଢ ବିରୋଧ କରାଯାଇଛି। ସେ ମାନେ କହିଛନ୍ତି ପର୍ବତମାଳାର ଜଙ୍ଗଲ,ଜଳ ଓ ଜମି ଆମର ଜୀବିକା ଜୀବନ,ଆମେ ବିସ୍ଥାପିତ ହୋଇ ବେଦାନ୍ତ କମ୍ପାନୀ ହାତରେ ଟେକି ଦେଇ ପାରିବୁ ନାହିଁ, ଆମକୁ ଜୀବଦାନ ଦେଇ ବଞ୍ଚାଇ ରଖିଆସିଛି ଏହି ନିୟମ ରଜାର ଵକ୍ସାଇଟି ପର୍ବତ ।ଜୀବନ ପଛେ ଯାଉ ଆମର ଜୀବିକା ଜୀବନ ବଞ୍ଚାଇ ରଖିଥିବା ନିୟମ ରାଜା ପର୍ବତ ସବୁଦିନ ପାଇଁ ବଞ୍ଚିରହୁ ବୋଲି ବୈଠକରେ ମତରଖା ଯାଇଛି।
ଏହି ପର୍ବତମାଳାର ସୁରକ୍ଷା ନେଇ ନିୟମଗିରୀ ସୁରକ୍ଷା ସମିତି ତରଫରୁ ୧,୧୨ ଖଣ୍ଡ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରା ଯାଉଥିବା ଦେଖିବାକୁ ମିଳିଛି। ସରକାର ଡଙ୍ଗରିଆ ଜନଜାତିଙ୍କ ପାଇଁ ବିକାଶର ଡିଡିମ୍ବ ପିଟୁଥିବା ବେଳେ ଡଙ୍ଗର ଉପରେ ଥିବା ଜନଜାତିଙ୍କର ମୈ।ଳିକ ସୁଵିଧା ଫିକା ପଡ଼ିଯାଇଛି।ପିଚୁ କାଦୁଅ ଏକାକାର ହୋଇ ରାସ୍ତାରେ ଗୋଡ଼ ପୋତି ହୋଇଯାଉଛି, ସ୍ବାସ୍ଥ୍ୟ ସେବା ଠପ୍, ଇନ୍ଦିରା ଆବାସ ନାହିଁ,ସର୍ଵପରି ଶିକ୍ଷା କ୍ଷେତ୍ରରେ ପିଲାମାନେ ଶିକ୍ଷା କଣ ଜାଣିନଥିବା ସମସ୍ତଙ୍କୁ ଚକିତ କରୁଥିବା ବେଳେ ସରକାରୀ କାଗଜପତ୍ରରେ ଘାଟି ଉପରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ ଅଛି ଏଵଂ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ହେଲେ ସ୍କୁଲଘର ନାହଁ କି ଶିକ୍ଷକଙ୍କର ଦେଖାନାହି।ବିଇଓ,ସିଆରସିଙ୍କୁ ମାସିକିଆରେ ଘରେବସି ପେନସନ ପାଉଛନ୍ତି ଶିକ୍ଷକ। ଏପଟେ ଡଙ୍ଗରିଆ ଜନଜାତିଙ୍କ ପିଲାମାନେ ପାଠପଢାରୁ ବଞ୍ଚିତହୋଇ ସ୍କୁଲ ବାରଣ୍ଡା ମଧ୍ୟ ଦେଖିପାରିଲେ ନାହିଁ।
ସରକାରଙ୍କ ତରଫରୁ ମୈ।ଳିକ ବିକାଶ ବଦଳରେ ଧଳାହାତି ମାନେ ଏମାନଙ୍କ ଉନ୍ନୟନ ଅର୍ଥ ଲୁଟକରି ଵିନାଶରେ ପରିଣତ କରିଥିବା ଅଭିଯୋଗ ହେଉଛି।ସେଥିରେ ସେମାନଙ୍କର ଜୀବନ ପାଲଟି ଥିବା ନିୟମଗିରି ପର୍ବତକୁ କମ୍ପାନୀ ନେବାକୁ ଯେଉଁ ମସୁଧା ଚଳାଇଛି ତାହା କଦାପି ସମ୍ଭବ ହୋଇପାରିବ ନାହିଁ ବୋଲି ବୈଠକରେ ନିଷ୍ପତି ନିଆଯାଇଛି।ଆଗାମି ଦିନରେ ଆନ୍ଦୋଳନ କାର୍ଯ୍ୟକ୍ରମ ପାଇଁ ନୂତନ ଯୁବକମିଟି ଗଠନ କରାଯାଇଛି।
ନିୟମଗିରି ପର୍ଵତ ଉପରେ ନିର୍ଭର କରୁଥିବା ୧୧୨ଗ୍ରାମର ପ୍ରତିନିଧି ମାନେ ଯୋଗଦେଇ ସମସ୍ତ ଲୋକମାନଙ୍କ କଣ୍ଠରୁ ଶୁଭୁଥିଲା କମ୍ପାନୀକୁ ପର୍ବତ ଟେକିଦେବା ପାଇଁ ଦଲାଲଙ୍କ ଭୂମିକାକୁ ପ୍ରଶ୍ରୟ ଦିଆ ନଯାଇ ଆଗାମି ଦିନରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ନେଇ ଆନ୍ଦୋଳନକୁ ଓହ୍ଲାଇବ ସୁରକ୍ଷା ସମିତି ବୋଲି ସୂଚନା ଦେଇଛନ୍ତି ନିୟମଗିରି ସୁରକ୍ଷା ସମିତିର ସଭାପତି ମାନେ।ପୁଞ୍ଜିପତି, ଦଲାଲି ହଟାଓ ଆମ ଜୀବିକା ପାଇଁ ନିୟମଗିରି ବଞ୍ଚାଅ ଦାଵୀ ନେଇ ଲଢେଇ ଜୋରଦାର ହେବ।ଦିନ ଥାଉ ଥାଉ ଵ୍ୟବସ୍ଥା କରିବା ନିତିରେ କମ୍ପାନୀ ଏଥିରୁ ଦୂରେଇ ରହୁ ବୋଲି ସଭାପତି ଲଦ ସିକକା କହିଛନ୍ତି .
Recent Comments