logo
add image
ସାମ୍ବାଦିକ ଅଜିତ୍ ମଲ୍ଲିକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା-

ସାମ୍ବାଦିକ ଅଜିତ୍ ମଲ୍ଲିକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା-

କାକଟପୁ/୨୮ /୭/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ ) କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ୍ ମଲ୍ଲିକଙ୍କ ଅକାଳ ବିୟୋଗ ରେ ସାରା କୋଣାର୍କ ସମେତ ଆଖ ପାଖ ଅଞ୍ଚଳରେ ଏକ ଦୁଖଃଦ ସମ୍ବାଦ ପ୍ରଚାରିତ ହେବାପରେ ତାଙ୍କ କାର୍ଯ୍ୟ ଶୈଳୀ ଓ ତାଙ୍କର ସମ୍ବାଦ ପରିବେଷଣ ଉପରେ ଆଜି କାକଟପୁର ପ୍ରେସ କ୍ଲବ ସହଯୋଗରେ ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ଆୟୋଜନ କରିଛି ଶ୍ରଦ୍ଧାଞ୍ଜଳି ସଭା, ଅଜିତ୍ ଜଣେ ଦକ୍ଷ, ଉଚ୍ଚ କୋଟିର ସାମ୍ବାଦିକ କେବଳ ନଥିଲେ ଜଣେ ଜନହିତକର ସମାଜସେବୀ ମଧ୍ୟ ଥିଲେ, ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ନିଷ୍ଠାବାନ ପ୍ରଚେଷ୍ଟା ଆଉ ତ୍ୟାଗ ସମାଜ କଲ୍ୟାଣ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି, ବଳଙ୍ଗାରେ ଜନ୍ମଗ୍ରହଣ କରିଥିଲେ ୧୯୭୩ ମସିହା ମଇମାସ ୨୪ ତାରିଖ, ଜଣେ ସ୍ୱାଧୀନତା ସଂଗ୍ରାମୀ ଙ୍କ ପରିବାରରୁ ଆସିଥିଲେ ଅଜିତ ବାବୁ, ତାଙ୍କ ଜେଜେ ଜଣେ ସ୍ୱାଧୀନତା ସଂଗ୍ରାମୀ, ବାପା ମା ଉଭୟ ସାଧାରଣ ଶିକ୍ଷକ ଆଉ ସେଥିଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଏକ ଉଚ୍ଚକୋଟିର ସାମ୍ବାଦିକ,
ତାଙ୍କର ଅନ୍ୟ ଏକ ପରିଚୟ ରହିଛି " ସାଲିସ ବିହୀନ ସାମ୍ବାଦିକ ", ତାଙ୍କର କୋଣାର୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ଗତ ଜୁଲାଇ ମାସ ୨୧ ତାରିଖରେ ତାଙ୍କ ଟେବୁଲ ଉପରେ ଟଳିପଡ଼ିଥିଲେ, ଏପରି ଅବସ୍ଥାରେ ଥିଲେ ଅନ୍ୟମାନେ ଭାବୁଛନ୍ତି ସେ ଶୋଇଛନ୍ତି କିନ୍ତୁ ବାସ୍ତବରେ ସବୁଦିନ ପାଇଁ ଶୋଇଯାଇଥିଲେ ଅଜିତ l ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ,କାକଟପୁର ପ୍ରେସକ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ, ଗୋପ ପ୍ରେସ କ୍ଲବର ସଭାପତି ଭାରତୀ ଭୂଷଣ ଉପାଧ୍ୟାୟ, ଅସ୍ତରଙ୍ଗର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଦାସ, ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସମ୍ପାଦକ ଆଦିତ୍ୟ ରାଉତ, କାକଟପୁର ପ୍ରେସ କ୍ଲବର ତୁଷାର ରଞ୍ଜନ ଦୀକ୍ଷିତ ମଞ୍ଚାସିନ ହୋଈ ଅଜିତଙ୍କ ସ୍ମୃତି ଚାରଣ କରିଥିଲେ କାକଟପୁର ପ୍ରେସକ୍ଳବ ସଭ୍ୟ ଦୀକ୍ଷିତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ କିଛି ଆର୍ଥିକ ସହାୟତା କରିବା ପାଇଁ ଏବଂ ଏହି କଥାକୁ ମଙ୍ଗଳା କ୍ରିକେଟ କ୍ଳବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା ସମର୍ଥନ ଜଣାଇଲା ପରେ ଜଣେ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ କୁମାର ମୁଦୁଲି ସ୍ମୃତି ଚାରଣ କରିବା ସହିତ ଅଜିତ ମଲ୍ଲିକଙ୍କ ପରିବାରକୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ନିମାପଡା ପ୍ରେସ କ୍ଳବ ସଭାପତି ଅକ୍ଷୟ ବେହେରା ୭୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିବା ପରେ ସମସ୍ତଙ୍କ ମନୋବଳ ଆହୁରି ବୃଦ୍ଧି ପାଇଥିଲା ଏବଂ ଏହି ସମୟରେ ସମସ୍ତେ କିଛି କିଛି ଅର୍ଥ ରାଶି ସହାୟତା କରିବାକୁ ହାତ ବଢ଼ାଇ ଥିଲେ.
 ଅଜିତ ମଲ୍ଲିକଙ୍କ ପରିବାରର ଫୋନପେ ମାଧ୍ୟମରେ ଏହି ଆର୍ଥିକ ସହାୟତା ଦେବା ପାଇଁ ସମସ୍ତେ ଆଗ୍ରହତାର ସହିତ ରାଜି ହୋଇଥିଲେ,ଏହି କାର୍ଯ୍ୟକ୍ରମରେ କାକଟପୁର ପ୍ରେସକ୍ଳବ ତରଫରୁ ସମରେନ୍ଦ୍ର ଦୀକ୍ଷିତ,ପ୍ରଶାନ୍ତ ଜେନା,ମାନସ କୁମାର ଦୀକ୍ଷିତ, ଭାଗିରଥି ସ୍ୱାଇଁ, ବ୍ରଜବନ୍ଧୁ ସାହୂ, ପ୍ରଭାସ ପୃଷ୍ଟି,ପ୍ରଭାତ ଦୀକ୍ଷିତ, ଅକ୍ଷୟ ପ୍ରସାଦ ମହାନ୍ତି ଯୋଗ ଦେଇଥିବା ବେଳେ ପିପିଲି ରୁ ବିଜୟ କୁମାର ମହାପାତ୍ର,ଅସ୍ତରଙ୍ଗ ରୁ ସମୀର କର, ପ୍ରଶାନ୍ତ ବାରିକ, ଆର୍ଯ୍ୟ ବିଶ୍ୱାଳ, ମନୋଜ ବିଶ୍ୱାଳ, ଲୋକନାଥ ସ୍ୱାଇଁ, ସମୀର ବେହୁରା, ବିଜୟ ବେହେରା ଙ୍କ ସମେତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ  କାକଟପୁର, ଚାରିଛକ, ନିମାପଡା, ଗୋପ, କୋଣାର୍କ ସମେତ ଅନେକ ବରିଷ୍ଠ ଓ ଯୁବ ସାମ୍ବାଦିକ ରହି ଶ୍ରଦ୍ଧାଞ୍ଜଳି ସଭା ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ, ସମସ୍ତ କାର୍ଯ୍ୟକୁ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି ମଞ୍ଚ ପରିଚାଳନା କରିଥିଲେ l

Recent Comments

Leave Comments

Top