logo
add image
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ.

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ.

କାକଟପୁର/୨୮/୭/୨୦୨୫/(ଆଧାର ମିଡ଼ିଆ )-ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଆହ୍ଵାନ କ୍ରମେ ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର କାର୍ଯ୍ୟକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢିଚାଲିଛି । ଏହାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ତେବେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଦେବାର ପ୍ରତିବଦ୍ଧତା ସ୍ବରୂପ ରାଜ୍ୟରେ 'ସାମ୍ବାଦିକ ସୁରକ୍ଷା ଆଇନ' ପ୍ରଣୟନ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କ ସମେତ ୨୫ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ସାମିଲ କରିବା ସହିତ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ 60 ବର୍ଷରୁ ଉର୍ଦ୍ଧ ସାମ୍ବାଦିକ ମାନଙ୍କ ପାଇଁ ପେନସନ ଲାଗୁ କରିବା ଆଦି ଦାବୀ ନେଇ  ଦୃଷ୍ଟି ଆକର୍ଷଣ ପୂର୍ବକ ସଂଘ ପକ୍ଷରୁ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ଙ୍କ ସହିତ ସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା l ଏହି ଅବସରରେ ପୁରୀଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ସଭାପତି ପୂର୍ଣଚନ୍ଦ୍ର ନାୟକ, ସମ୍ପାଦକ ଆଦିତ୍ୟ ରାଉତ,ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ପତି, କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ,କୋଣାର୍କ ପ୍ରେସ କ୍ଲବର ସଭାପତି ଧନଞ୍ଜୟ ବେହେରା, ପୁରୀ ର ବରିଷ୍ଠ ସାମ୍ବାଦିକ ଅକ୍ଷୟ ମିଶ୍ର, ନୃସିଂହ ବେହେରା ଏବଂ ହେମନ୍ତ ସେଠୀଙ୍କ ସମେତ ସମସ୍ତ ସାମ୍ବାଦିକ ମାନେ ସ୍ମାରକ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ l

Recent Comments

Leave Comments

Top