କଣିହାଁ/୨୯/0୭/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ଏନଟିପିସିରେ ନିୟଜିତ ଥିବା, ସିଆଇଏସଏଫ" କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଭାରତୀୟ ସେନାବାହିନୀ ସହିତ ମିଳିତ ତାଲିମ ଅଭ୍ୟାସ ଆରମ୍ଭ କରିଛି,ଏହା ଦେଶରେ ଯୁଦ୍ଧ ସମୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହିତ ସାମିଲ ହୋଇ ଆଧୁନିକ ଯୁଦ୍ଧ ଅସ୍ତ୍ର ଓ ରଣ କୌଶଳ ଏବଂ ଯୁଦ୍ଧ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି,ଏକ ସ୍ୱତନ୍ତ୍ର ଦୃଷ୍ଟକୋଣରୁ ସିଆଇଏସଏଫ"ର ଯୁଦ୍ଧ କୌଶଳ ତା କଠୋରତା ହେଉଛି,ସୁରକ୍ଷା କୋଣରୁ ବିମାନବନ୍ଦର, ପରମାଣୁ ପ୍ରତିଷ୍ଠାନ, ସରକାରୀ କୋଠା, ସଂସଦ ଭବନ ଭଳି, ଦେଶର ସମ୍ବେଦନଶିଳ ଏବଂ ମୂଲ୍ୟବାନ ଉଚ୍ଚ ବିପଦପୂର୍ଣ୍ଣ ପ୍ରତିଷ୍ଠାନରେ ସଙ୍କଟର ତୁରନ୍ତ ମୁକାବିଲା ଏବଂ ପ୍ରଭାବସାଳି ଭାବରେ ତାର ପ୍ରତିକ୍ରିୟା ଦେବାପାଇଁ ଏହି କର୍ମଚାରି ମାନଙ୍କୁ ପ୍ରସ୍ତୁତ ସମେତ ଡ୍ରନ ଅନୁପ୍ରବେଶ, ଆତଙ୍କବାଦୀ ଆକ୍ରମଣ, ଅଭ୍ୟନ୍ତରୀଣ ଧମକ ଏବଂ ଅନ୍ତର୍ନିହିତ କାର୍ଯ୍ୟ ଭଳି ଜଟିଳ ପରିସ୍ଥିତିକୁ ଦ୍ରୁତ,ସଠିକତା ଏବଂ ଏକାଗ୍ରତା ସହିତ ପରିଚାଳନା କରିବା ଉପରେ ପୂର୍ଣ୍ଣ କାଳୀନ ଗୁରୁତ୍ୱ ଦିଆଯାଇଛି,
କାଶ୍ମୀର ଉପତ୍ୟକାରେ ସେନା ସହିତ ସ୍ୱତନ୍ତ୍ର ତାଲିମ ପ୍ରଥମଥର ପାଇଁ,ସି ଆଇ ଏସ ଏଫ, କାଶ୍ମୀର ଉପତ୍ୟକାରେ ଉଚ୍ଚମାନର ଭାରତୀୟ ସେନା ଗଠନରେ ପୂର୍ଣ୍ଣ କାଳୀନ ତାଲିମ ସମେତ ଏକ ବରିଷ୍ଠ ବ୍ୟାଚ ପରିଚାଳନା କରୁଛି l ପୂର୍ବରୁ ଏପରି ଅଭ୍ୟାସ ପାଇଁ କେବଳ ସୀମିତ ସଂଖ୍ୟକ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳକୁ ନିୟଜିତ କରାଯାଉଥିଲା,ବର୍ତ୍ତମାନ ଶିଳ୍ପ ସୁରକ୍ଷା ବଳ ଏବଂ ସେନା ମଧ୍ୟରେ ଘନିଷ୍ଠ ସମନ୍ୱୟରେ ଏବଂ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେନା ସହିତ ବ୍ୟାପକ ତାଲିମ ମାଡ୍ୟୁଲ ପ୍ରଦାନ କରିବାକୁ ରାଜି ହୋଇଛି l
ଏହା ମଧ୍ୟ୍ୟରେ ରାତି ଅପରେସନ, ଜଙ୍ଗଲ ଯୁଦ୍ଧ, ନିକଟରେ ଯୁଦ୍ଧକୌଶଳ, ଏବଂ ସମନ୍ୱୟ, ସହନଶୀଳତା ସହିତ ସମର ଅଭ୍ୟାସ ଅନାର୍ଭୁକ୍ତ,କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ଲକ୍ଷହେଉଛି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ ପରିବେଶରେ ସହସ୍ତ୍ର ଅନୁପ୍ରବେଶ, ଆନ୍ତର୍ଘାତି ଏବଂ ବହୁମୂଖୀ ଆତଙ୍କବାଦୀ ଆକ୍ରମଣ ଭଳି ଆକସ୍ମିକ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି,ଏହି ଉଚ୍ଚ ତୀବ୍ରତା ତାଲିମ ପାଇଁ ଚୟନ କରାଯାଉଥିବା କର୍ମଚାରୀ ମାନେ ସିଆଇଏସଏଫ"ର କ୍ୱାକ ରିଆକ୍ସନ ଟିମର ସହିତ ସମସ୍ତ ୩୬୯ ୟୁନିଟରୁ କେବଳ ଜରୁରୀକାଲନୀ ପରିସ୍ଥିତିରେ ୩୫ ବର୍ଷରୁ କମ ବୟସର ଏବଂ ଜାତୀୟ ସୁରକ୍ଷା ଗାର୍ଡ ଏନଏସଜି ମାନଦଣ୍ଡ ସହିତ ସମକକ୍ଷ୍ୟ ଯୁଦ୍ଧ ଶାରୀରିକ ଦକ୍ଷତା ପରୀକ୍ଷା, ବିପିଇଟି, ପାସ କରିଥିବା ବ୍ୟକ୍ତିମାନେ କ୍ଯୁଇକି ରିଆକ୍ସନ ଟିମରେ ଯୋଗଦାନ କରିବା ପୂର୍ବରୁ ୬ ମାସର ଏକ କୋଠାର ସିଆଇଏସଏଫ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି,
ଏଭଳି ପରିସ୍ଥିତିରେ ସବୁଠାରୁ ସମ୍ବେଦନଶିଳ ସ୍ଥାନଗୁଡିକରୁ ଆରମ୍ଭ କରି ପ୍ରତ୍ୟେକ ସିଆଇଏସଏଫ, ଯବାନ ଶାରୀରିକ ମାନସିକ ଏବଂ ରଣନୟିତିକ ଭାବରେ ,ଯେକୌଣସି ନୂତନ ବିପଦର ସମ୍ମୁଖୀନ କରିବା ଏବଂ ସବୁବେଳେ ଦେଶର ଗୁରୁତ୍ୱ ପୂର୍ଣ୍ଣ ପ୍ରତିଷ୍ଠାନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଯଥେଷ୍ଟ ସକ୍ଷମ ହୋଇ ଥିବା ଏନଟିପସି, ପିଆରଓ ଶାନ୍ତି ଲାକ୍ରାଙ୍କ ସୂତ୍ରରୁ ପ୍ରକାଶ ହୋଇଥିବା ଜଣା ଜଣାଯାଇଛି l
Recent Comments