logo
add image
ବିଜେପି ପକ୍ଷରୁ ବିକ୍ଷୋଭ ଏବଂ  କୁଶ ପୁତ୍ତଳିକା ଦାହ

ବିଜେପି ପକ୍ଷରୁ ବିକ୍ଷୋଭ ଏବଂ  କୁଶ ପୁତ୍ତଳିକା ଦାହ

ବୌଦ୍ଧ,୨୯/୦୭(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ୱର ମହାପାତ୍ର)  ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ସହର ବାଘଗୁଡା ଛକ ଠାରେ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଶ ପୁତ୍ତଳିକା ଦାହ କରାଯାଇଥିଲା  । ବିଜେଡି ଓ କଂଗ୍ରେସ ଦଳର ବିଗତ ଦିନର ଇତିହାସ ଯାହା ଅଞ୍ଜନା ମିଶ୍ର ଠାରୁ ଆରମ୍ଭ ହୋଇ ଛବିରାଣୀ ହତ୍ୟାକାଣ୍ଡ,ମାଧବୀଲତା ହତ୍ୟାକାଣ୍ଡ, ନୈନା ସାହାଣୀ ପରୀ ହତ୍ୟାକାଣ୍ଡ,ବର୍ତ୍ତମାନର୍ ଉଦିତ ପ୍ରଧାନ ଓ ଅମରେଶ ଜେନାଙ୍କ ନାରୀ ଜାତି ପ୍ରତି ଅବମାନନାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରର ବିରୋଧୀ ଦଳ ନେତା ରହୁଲ୍ ଗାନ୍ଧୀଙ୍କ  କୁଶ ପୁତ୍ତଳିକା ଦାହ କରାଯାଇଥିଲା। ନଗର ମଣ୍ଡଳ ବାବୁସାହି ଠାରୁ ଏକ ଶୋଭାଯାତ୍ରା ବାହାରି ବାଘଗୁଡା ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କାର୍ଯ୍ୟକ୍ରମରେ  କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ,ପୂର୍ବତନ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି, ସଚିଦାନନ୍ଦ ଦଲାଲ୍, ସୂର୍ଯ୍ୟ ନାରାୟଣ ମହାପାତ୍ର,ଶ୍ୟାମସୁନ୍ଦର ପୁରୋହିତ,ନାରୀ ନେତ୍ରୀ କଲ୍ୟାଣୀ ମିଶ୍ର,ରାଜକୁମାର୍ ମେହେର , ଶିବ ନାରାୟଣ ଚାଉଳିଆ,ମାଗୁଣି ଗାଈଗୌରିଆ,ଗଜେନ୍ଦ୍ର ସାହୁ,ବ।ଲ୍ମିକି ମହାକୁଡ,ସୁନୀଲ ଖେତୀ, ମନରଞ୍ଜନ୍ ଦାଶ,ଯଜାତି ପ୍ରଧାନ,ଶେଷଦେବ ଛନ୍ଦ,ସୁଶାନ୍ତ ବାଘ,ପ୍ରକାଶ ସାହୁ ଙ୍କ ସହିତ ବହୁ ନେତା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Recent Comments

Leave Comments

Top