ଵିଷମକଟକ/୩୦/୦୭/୨୦୨୫/ (ଆଧାର ମିଡ଼ିଆ//କାଷିନାଥ ପାଳ)-ରାୟଗଡା ପ୍ରେସ ୟୁନିୟନ ତରଫରୁ ଜିଲ୍ଲାରେ ଜଏନ ହୋଇଥିବା ନୂତନ ଜିଲ୍ଲାପାଳ ଶ୍ରୀ ଆସୁତୋସ କୁଲକର୍ଣିଙ୍କୁ ଆଜି ସ୍ବାଗତ ଜଣାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ ସହ ୟୁନିୟନ ସଭ୍ୟଙ୍କର ସୈଜନ୍ଯ ମୁଳକ ସାକ୍ଷାତରେ ଶ୍ରୀ କୁଲକର୍ଣି କହିଥିଲେ ଜିଲ୍ଲାପାଇଁ ବହୁତକିଛି କରିବାର ଅଛି ସେଥିପ୍ରତି ଗଣମାଧ୍ୟମ ଓ ଜିଲ୍ଲାବାସୀଙ୍କ ସହଯୋଗ ଏକାନ୍ତ କାମ୍ୟଅଟେ। ଜିଲ୍ଲାର ବିକାଶ ନେଇ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ଏବଂ ଯାହା ସମସ୍ୟା ଥିଲେ ବି ଆପଣମାନେ ମତେ ଅବଗତ କରାଇ ପାରିବେ।
ଉପସ୍ଥିତ ପ୍ରେସ ୟୁନିୟନର ସାଧାରଣ ସମ୍ପାଦକ ଜିଲ୍ଲାପାଳଙ୍କୁ କହିଥିଲେ ଜିଲ୍ଲାର ବିକାଶ ଦିଗରେ ପ୍ରେସ ୟୁନିୟନ ଜିଲ୍ଲା ପ୍ରଶାସନ ସହିତ ଅହରହ ଭାବେ ଜଡ଼ିତ ରହିବ ଏବଂ ନୂତନ ଜିଲ୍ଲାପାଳଙ୍କ ଜିଲ୍ଲାକୁ ଆସିବା ପରେ ଜିଲ୍ଲାବାସି ବହୁତ କିଛି ସ୍ଵପ୍ନ ଦେଖିଛନ୍ତି ବୋଲି କହିଥିଲେ। ଏଥିରେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ, ରାଜେଶ କୁମାର ମହାନ୍ତି,ବି ଭେଙ୍କେଟ ରାବଣା, ମନୋଜ ମିଶ୍ର, ସୁରେଶ ନାୟକ, ଅମୁଲ୍ୟ ନିଶାଙ୍କ ଧରଣିଧର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Recent Comments