Sign In / Join
Contact
Odisha
Change Language
Toggle navigation
ଘର
ବିଦେଶ
ଦେଶ
ରାଜ୍ୟ
ଅପରାଧ
ବିଜ୍ଞାନ
ଶିକ୍ଷା
କୃଷି
ଟ୍ରାଫିକ୍
ସଂସ୍କୃତି
କ୍ରୀଡା
ରାଜନୀତି
ସ୍ଥାନୀୟ
ଦୁର୍ଘଟଣା
ସ୍ୱାସ୍ଥ୍ୟ
ବ୍ୟବସାୟ
ମନରଞ୍ଜନ
ସମ୍ମିଳନୀ
×
Change Language
Select Language
Odia (Defult)
English
Hindi
Change
Home
ଜମନକିରା ବ୍ଲକ୍ ରେ ମନ୍ତ୍ରୀ ବାଣ୍ଟିଲେ ୪୫୫ ହିତାଧିକାରୀଙ୍କୁ କାର୍ଡ
ଜମନକିରା ବ୍ଲକ୍ ରେ ମନ୍ତ୍ରୀ ବାଣ୍ଟିଲେ ୪୫୫ ହିତାଧିକାରୀଙ୍କୁ କାର୍ଡ
ଜମନକିରା ବ୍ଲକ୍ ରେ ମନ୍ତ୍ରୀ ବାଣ୍ଟିଲେ ୪୫୫ ହିତାଧିକାରୀଙ୍କୁ କାର୍ଡ
ଜମନକିରା,୩୦/୭(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନାୟକ):ଜମନକିରା ବ୍ଲକ। ଅଫିସ୍ ପ୍ରାଙ୍ଗଣ ରେ ବିଡ଼ିଓ ରବିନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁଧବାର କାର୍ଡ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟଅତିଥି ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ସାଂସଦଙ୍କ ଜମନକିରା ବ୍ଲକ୍ ପ୍ରତିନିଧି ରମେଶ ସାହୁ, ତହସିଲଦାର ପ୍ରବିଣା ବିଲୁଙ୍ଗ, ଜମନକିରା ମଣ୍ଡଳ ସଭାପତି ତଥା ବଡ଼ରମା ସରପଞ୍ଚ ବିଜୟ ନାଏକ, କୁଚିଣ୍ଡା ଜିଲ୍ଲା ପରିଷଦ ଜୋନ୍ ୨ ସଭ୍ୟ ଦିବ୍ୟଶଙ୍କର କିସାନ, ଗୁଣ୍ଡରୁଚୁଆଁ ମଣ୍ଡଳ ସଭାପତି ମନୋଜ ମାଝୀ, ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାୟକ ପ୍ରମୁଖ ଯୋଗଦେଇ ୪୫୫ ଜଣ ନୂଆ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂଆ ଶ୍ରମ କାର୍ଡ ୬୦ ଜଣଙ୍କୁ,ରାସନ କାର୍ଡ ୪୭ ଜଣ ଙ୍କୁ ନୂଆ ବାର୍ଦ୍ଧକ୍ୟ, ବିଧବା,ଅବିବାହିତା ମହିଳା ଭତ୍ତା ପ୍ରଭୃତି ୪୧ ଜଣଙ୍କୁ,ବସୁନ୍ଧରା ଯୋଜନାରେ ୪ ଡିସିମିଲ ଲେଖାଏଁ ଘରଡିହ ପଟ୍ଟା ୨୫୫ ଜଣଙ୍କୁ,ଜଙ୍ଗଲ ଅଧିକାର ଆଇନ୍ ୨୦୦୫ ଅନୁଯାୟୀ ୩୦ ଜଣ ବନବାସୀଙ୍କୁ ଜମିପଟ୍ଟା, ଗୋପାଳନ ପାଇଁ ୧୬ ଜଣ ଗୋ ପାଳକଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଏବଂ ଚଳିତ ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବା ୬ଜଣ ଦୁର୍ଗତଙ୍କୁ ୪ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକ ଯେଭଳି ଲୋକ ଙ୍କ ପାଖରେ ପହଂଚି ପାରିବ ଏଵଂ ଏହି ଯୋଜନାରୁ ସର୍ବାଧିକ ଲୋକେ ସୁଫଳ ପାଇପାରିବେ ବିଡ଼ିଓ ଶ୍ରୀ ସେଠୀ ଓ ତହସିଲଦାର ବିଲୁଙ୍ଗ ଗୁରୁତ୍ୱାରୋପ କରିଥିଲେ। ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ, ବିଭିନ୍ନ ଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେବେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରି ଏହାକୁ କାର୍ଯ୍ୟକାରି କରିବାକୁ ଯାଉଛନ୍ତି।ଏହି କାର୍ଯ୍ୟକ୍ରମକୁ ଏପିଓ ମନୋଜ ଭୋଇ ପରିଚାଳନା କରିଥିଲେ। ଶେଷରେ ଜମନକିରା ମଣ୍ଡଳ ସଭାପତି ତଥା ବଡ଼ରମା ସରପଞ୍ଚ ବିଜୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
Adhar Odisha
30th July 2025
YOU MIGHT ALSO LIKE
ମଣିଷ ଓ ହାତୀ ବିବାଦ କମାଇବା ସହ ସଂରକ୍ଷଣ ପାଇଁ କୋର କମିଟି ବୈଠକ ।
10th October 2024
ବାତ୍ୟା ଦାନା ରାତି ୨.୩୦ ରୁ ୩.୫୦ ମଧ୍ୟରେ ଧାମରାର ଲ୍ୟାଣ୍ଡଫଲ କରିବାର ଆଶଂକା
24th October 2024
ବନ୍ୟଜନ୍ତୁ ପାଇଁ ଫସଲ ନଷ୍ଟ।
31st October 2024
Recent Comments
Leave Comments
Name*
Email*
Website
Your comment here...
Post Comment
like our facebook page
210,956 likes
Follow us on twitter
2109 followers
Subscribe to our rss
210,956 likes
Recent Post
ନୂଆପଡ଼ାରେ ନିରନ୍ତର ବିକାଶଲକ୍ଷ ୨୦୩୦”ଉପରେ ତାଲିମଶିବିର ଆୟୋଜିତ l
20th February 2026
ଲୁଗାଦୋକାନର ମାଲିକଙ୍କ ବାସଗୃହରେ ଅଗ୍ନିକାଣ୍ଡ ।
20th February 2026
ଶିକ୍ଷାନିକେତନର ୨୨ ତ୍ତମ ବାର୍ଷିକଉତ୍ସବ ପାଳିତ
20th February 2026
Top
Recent Comments