ବିଷମକଟକ/ରାୟଗଡା/୦୨/୦୮/୨୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)-ରାୟଗଡାଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଗୋତିଗୁଡାସ୍ଥ ଆବାସିକ ଉଚ୍ଚ ବିଦ୍ୟଳୟରେ ୯ମ ଶ୍ରେଣୀଛାତ୍ର ମୃତ୍ୟୁ ଘଟଣାରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କଲେ ବିଷମ କଟକ ବିଧାୟକ ନିଳମାଧବ ହିକକା । ଏ ନେଇ ଆଜି ଅପରାହ୍ନରେ ସ୍ଥାନୀୟ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନି କରିଥିଲେ । ଏଥିରେ ଆବାସିକ ବିଦ୍ୟାଳୟ ଛାତ୍ରାବାସ ମାନଙ୍କରେ ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କର ଉଚିତ ଯତ୍ନ ନିଆଯାଉନଥିବାର ଅଭିଯୋଗ ଆଣିବା ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ଯୋଗୁ ଗତ ୨୬ତାରିଖ ଦିନ ନବମ ଶ୍ରେଣୀ ଛାତ୍ର ଚନ୍ଦନ କୁମୁରିକା (୧୪) ଙ୍କ ମୃତ୍ୟୁ ହୋଇଯାଇଛି । ଜଣେ ନିରିହ ଆଦିବାସୀ ଛାତ୍ରର ମୃତ୍ୟୁପାଇଁ ଦାୟୀ ଅଧିକାରୀ ମାନଙ୍କୁ ତୁରନ୍ତ ଚାକିରିରୁ ନିଳମ୍ବନ କରିବାସହ ମୃତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।ଏଥି ସହିତ ଖୁବଶିଘ୍ର ଉକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତ ସମୋବାର ଅର୍ଥାତ୍ ୪ତାରିଖ ଦିନ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଦିବାସୀ ସଂଘ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବାପାଇଁ ବିଧାୟକ ଚେତାବନୀ ଦେଇଛନ୍ତି ।
ଯେ ପର୍ଯ୍ୟନ୍ତ ମୃତ ପରିବାରକୁ ନ୍ୟାୟ ନମିଳିଛି ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ବ୍ଲକ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ନିଳମ୍ବନ ନ କରାଯାଇଛି ସେପର୍ଯ୍ୟନ୍ତ ଧାରଣା ଜାରିରହିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୃତ ଛାତ୍ର ଚନ୍ଦନ କୁମୁରିକା ରାସକୋଲା ଗ୍ରାମ ପଂଚାୟତର ଉରାଡି ଗ୍ରାମର ରାମଚନ୍ଦ୍ର କୁମୁରିକାଙ୍କ ପୁଅବୋଲି ଜଣାଯାଇଛି । ଘଟଣା କ୍ରମରେ ଚନ୍ଦ୍ରନ କୁମୁରିକା ଦୀର୍ଘ ଏକସପ୍ତାହ ହେବ ପେଟବଥା ଏବଂ ବାନ୍ତିରେ ପିଡିତ ହୋଇ ବିଦ୍ୟାଳୟ ଛାତ୍ରାବାସରେ ରହି ଆସୁଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଥିଲେ ସୁଦ୍ଧା ବିଦ୍ୟାଳୟ କତୃପକ୍ଷଙ୍କ ତରଫରୁ ତାଙ୍କର ଚିକିତ୍ସା କରାଯାଉନଥିଲା କି ସ୍ୱାସ୍ଥ୍ୟ ଖରାପ ଥିବାନେଇ ପରିବାର ଲୋକଙ୍କୁ ସୂଚନା ମଧ୍ୟ ଦିଆଯାଇନଥିଲା । ଚନ୍ଦନର ସାଙ୍ଗଙ୍କ ଠାରୁ ଖବରପାଇ ତାଙ୍କ ବାପା ମାଁ ବିଦ୍ୟାଳୟରେ ପହଁଚି ପୁଅର ଉନ୍ନତ ଚିକିତ୍ସା କରାରାଇବାକୁ ପ୍ରଧାନ ଶିକ୍ଷକଙ୍କୁ ନେହୁରା ହୋଇଥିଲେ ସୁଦ୍ଧା ସେ କର୍ଣ୍ଣପାତନ କରିନଥିବା ବେଳେ ଗୋଟିଏ ଦିନ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଦୁଇଦିନ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଚିକତ୍ସା କରାଇ ହଷ୍ଟେଲକୁ ନେଇଯାଇଥିଲେ ।
ଛାତ୍ରର ସ୍ୱାସ୍ଥ୍ୟ ବସ୍ଥାରେ ଉନ୍ନତି ନ ଆସିବାରୁ ପରିବାର ଲୋକେ ବାଧ୍ୟହୋଇ ପୁଅ ଚନ୍ଦନକୁ ହଷ୍ଟେଲରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ପୁଅ ଚନ୍ଦରର ମୃତ୍ୟ ହୋଇଯାଇଥିଲା । ଅପରପକ୍ଷେ ବିଦ୍ୟାଳୟ କତୃପକ୍ଷ ଠିକଣା ସମୟରେ ପୁଅର ଚିକିତ୍ସା ନ କରାଇବାରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି ବୋଲି ବାପା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି।
Recent Comments