ବାଲିଗୁଡା/୦୩/୦୮/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ)
:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଞ୍ଚଳରେ ଦୀର୍ଘ ମାସହେଲା ହାତୀଉତ୍ପାତ ଚଳେଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିବା ସହ ହାତୀ ଆକ୍ରମଣରେ ତିନିଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଜନ ଅସନ୍ତୋଷ ବୃଦ୍ଧି ପାଇବା ପରେ ବ୍ରହ୍ମପୁରରୁ ସ୍ୱତନ୍ତ୍ର ଗାଡି ସହ ଏକ ଟିମ ଆସି ହାତୀ ଗତିବିଧି କ୍ୟାମେରାରେ ଠାବକରି ହାତୀକୁ ଜନବସତି ଠାରୁ ଦୁରେଇବାକୁ ଚେଷ୍ଟା କରୁଛନ୍ତି ବନବିଭାଗର ସ୍ୱତନ୍ତ୍ର ଟିମ। ଦୁଇଟି ଦନ୍ତା ସାରା ଅଞ୍ଚଳବାସୀ ଏବଂ ବନବିଭାଗ କର୍ମଚାରୀଙ୍କ ନିଦ ହଜେଇ ଦେଲାଣି. କେତବେଳେ ଗାଁ ମୁଁହା ତ କେତେବେଳେ ସହର ଭିତରେ ତ କେତେବେଳେ ଧାନ କ୍ଷେତରେ କ୍ଷୟ କ୍ଷତି କରୁଥିବା ବେଳେ ରବିବାର ସକାଳୁ ରାଇକିଆ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଘୁ.ଉଦୟଗିରିରୁ ଯାତ୍ରୀଙ୍କୁ ଚଢେଇ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିବା ବେଳେ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାଜ୍ୟ ରାଜପଥ ନନ୍ଦଗିରି ଠାରେ ହଠାତ ଏକ ଦନ୍ତା ହାତୀ ରାସ୍ତା ଉପରକୁ ଚାଲିଆସି ବସ ସମ୍ମୁଖକୁ ମାଡି ଆସିଥିଲା। ବସ ଭିତରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇ ହୋହାଲା କରିବାରେ ଲାଗିଥିଲେ, ବସ ଚାଳକ ବସକୁ ଧୀରେ ଧୀରେ ପଛକୁ ଗଡଉଥିବା ବେଳେ ହାତୀ ଆଗକୁ ମାଡ଼ି ଚାଲିଥିଲା। କିଛି କ୍ଷଣ ପରେ ହାତୀ ଜଙ୍ଗଲ ଭିତରକୁ ପଳେଇଥିଲା। ଏହାପରେ ବସ୍ଟି ରାସ୍ତାରେ ଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ବନବିଭାଗର ରକ୍ଷକ ଗାଡିସହ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଲକ୍ଷ୍ୟ କରିଥିଲେ।
Recent Comments