logo
add image
ନାରୀ ନିର୍ଯ୍ୟାତନା ବିରୋଧରେ ଛାତ୍ର ବିଜେଡିର ବିକ୍ଷୋଭ

ନାରୀ ନିର୍ଯ୍ୟାତନା ବିରୋଧରେ ଛାତ୍ର ବିଜେଡିର ବିକ୍ଷୋଭ

ବୌଦ୍ଧ/୪/୮/୨୦୨୫/(ଆଧାର ମିଡ଼ିଆ)- ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ମହିଳା ଓ ଛାତ୍ରୀମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧିପାଉଛି । ଯାହାଫଳରେ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଆଜି ବୌଦ୍ଧଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳପକ୍ଷରୁ ପୁଲିସ ଡିଜିଙ୍କୁ ଏକ ସ୍ମାରକପତ୍ର ବୌଦ୍ଧ ଏସପିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା, ସରକାର ନିରବଦ୍ରଷ୍ଟା. କ୍ୟାମ୍ପସରେ ଛାତ୍ରୀ ସୁରକ୍ଷା ବିପଦରେ, ମହିଳା ଘରୁ ଗୋଡ କାଡିବାକୁ ଡରୁଛନ୍ତି, ଗାଁରୁ ସହର, ବେଳାଭୂମିରୁ କ୍ୟାମ୍ପସ ସବୁଠି ଛାତ୍ରୀ, ମହିଳା ଅସୁରକ୍ଷିତ ବୋଲି ଦଳପକ୍ଷରୁ ଅଭିଯୋଗ କରାଯାଇଥିଲା ।
ବୌଦ୍ଧ ସହର ଗାନ୍ଧୀଛକ ଠାରୁ  ଛାତ୍ର ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମ କରି ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ରାଜ୍ୟ ମୂଖ୍ୟମନ୍ତ୍ରୀ  ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗଲ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବୀପତ୍ର ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଦାବିପତ୍ରକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ଗ୍ରହଣ କରିଥିଲେ ।
ଏହି ଦାବିପତ୍ର ପ୍ରଦାନ ଏବଂ ବିକ୍ଷୋଭ ସମୟରେ ପୂର୍ବତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ,ଜିଲ୍ଲାପରିଷଦର ଅଧ୍ୟକ୍ଷା ସୁଭାସିନୀ ଦାସ, ବିଜେଡି ର ବରିଷ୍ଟ ନେତା ଧୂରୀଣ କୁମାର ଦେହୁରୀ,ଅଶୋକ ସାହୁ, ନଗରପାଳ ମୃତ୍ୟୁଂଜୟ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର,ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ପୂର୍ବତନ ଉପନଗରପାଳ ବସନ୍ତ ସ୍ୱାଇଁ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅବକାଶ ସାହୁ, ଯୁବନେତା ଅନିକେତ ଦାନୀ, କୈଳାଶ ବେହେରା,ବିସିସିବି ସଭାପତି ଅରୁଣ ପ୍ରଧାନ,ମାନସ ପୁରୋହିତଙ୍କ ସହିତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ

Recent Comments

Leave Comments

Top