logo
add image
ନିୟମଗିରିର ବକ୍ସାଇଟି ଖଣିକୁ ବେଦାନ୍ତ କମ୍ପାନୀକୁ ଦେବେନାହିଁ'

ନିୟମଗିରିର ବକ୍ସାଇଟି ଖଣିକୁ ବେଦାନ୍ତ କମ୍ପାନୀକୁ ଦେବେନାହିଁ'

ବିଷମକଟକ/ମୁନିଗୁଡା/୦୫/୦୮/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-କାଶୀନାଥ ପାଳ)-ଜଙ୍ଗଲ,ଜଳ,ଜମି ଆମର ଜୀବିକା ଜୀବନ,ଆମେ ବିସ୍ଥାପିତ ହୋଇ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀ‌ ହାତକୁ ଟେକିଦେଵୁ ନାହଁ. ଆମର ନୀୟମ ରଜା ବକ୍ସାଇଟି ପର୍ବତ‌।ଏହା ଆମର ଜୀବନ ଅଟେ।ଜୀବନ ପଛେ ଯାଉ ଆମର ଭେଟା ମାଟି ନିୟମଗିରି ପର୍ବତ ବଞ୍ଚିରହୁ। ଏହି ପରିପ୍ରେକ୍ଷୀରେ ଵିଶ୍ବନାଥ ପୁର ବ୍ଲକ ତିଲଚନ୍ ପୁର ପଞ୍ଚାୟତ ପାହଡ ଉପରେ ଥଵା ଆମ୍ବ ଗଛରେ ନିୟମଗିରି ପର୍ବତ ପାଦଦେଶରେ ବସବାସ କରୁଥିବା ୧୧୨ ଖଣ୍ଡ‌ଗ୍ରାମର ଡଙ୍ଗରିଆ ଆଦିବାସୀ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକାଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ସମିତିର ସଭ୍ୟସଭ୍ୟା ମାନେ କହିଛନ୍ତି ନୀୟମଗିରୀ ହେଉଛି ଆମର ଜୀବିକା ଜୀବନ, ସରକାର ଯଦି ନିୟମଗିରୀକୁ କମ୍ପାନୀକୁ ଦେବାକୁ ମସୁଧା କରନ୍ତି, ସେଠାରେ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇ ସରକାର ଦାୟୀରହିଵେ ବୋଲି ବୈଠକରେ ଆଲୋଚନା ହୋଇଅଛି।
ନିୟମଗିରି ବକ୍ସାଇଟି ପର୍ବତକୁ ବେଦାନ୍ତ କମ୍ପାନୀ ନେଵା ପାଇଁ କମ୍ପାନୀର ଦଲାଲମାନଙ୍କ ଦ୍ବାରା ସରକାର ଯେଉଁ ପ୍ରୟାସ କରିଛନ୍ତି ତାହା ତାଙ୍କର ଫଳପ୍ରଦ ହେବନାହି।ଆବାହମାନ କାଳରୁ ପର୍ବତ ଆମକୁ ଜୀଵ ଜଗତରେ ବଞ୍ଚାଇ ରଖିଆସୁଛି ତେଣୁ ତାଙ୍କୁ ଆମେ କମ୍ପାନୀ ହାତରେ କେବେ ମଧ୍ୟ ଟେକିଦେଇ ପାରିବୁ ନାହିଁ ବୋଲି ଆଜିର ବୈଠକରେ ୧୧୨ ଟି ଗ୍ରାମର ନୀୟମଗିରୀ ସୁରକ୍ଷା ମଞ୍ଚର ପ୍ରତିନିଧି ମାନେ ସହମତି ରଖି ଭାଷଣ ଦେଇଥିଲେ। ଏଥିପୂର୍ବରୁ ବଡଡେଙ୍ଗୁଣୀ ଗ୍ରାମରେ ମଧ୍ୟ 27ତାରିଖ ରବିବାର ଦିନ ଏନେଇ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ପ୍ରାଥମିକ ବୈଠକ ହୋଇଥିଲା।ଆଜିର ଏହି ବୈଠକରେ ବହୁ ଡଙ୍ଗରିଆ ଆଦିବାସୀ ଉପସ୍ଥିତ ରହି ଏକା ସ୍ଵରରେ କହିଥିଲେ। କମ୍ପାନୀ ହଟାଅ ନିୟମଗିରି ବଞ୍ଚାଅ ,ଲଦ ସିକକା,ଯୁଵ ସଭାପତି ଦାସୁରୁ କାଡ୍ରାକା,ରାଧା ମୋହନ ଟାକ୍ରୀ,ଆବ୍ରାହାମ ଗାଣ୍ଟା,ଭୀମରାଜୁ ସିକକା ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ନୀୟମଗିରୀକୁ ବେଦାନ୍ତ କମ୍ପାନୀ ହାତକୁ ଟେକି ନଦେଵା ଦାବୀରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଆଜିର ଏହି ସଚେତନ ସଙ୍ଗଠନ ବୈଠକ ଅନୁଷ୍ଠିତ ହୋଇଥିଲା।

 

Recent Comments

Leave Comments

Top