ଖୋର୍ଦ୍ଧା/୭/୮/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନକୁମାର ସ୍ବାଇଁ)- ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି,ଜିଲ୍ଲା ଏଡ଼ସ୍ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍ ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟଚନ୍ଦ୍ର ରାୟଙ୍କ ନିର୍ଦ୍ଦେଶନାରେ ଓ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ମାରାଥନରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ୭୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜୀବନ୍ତ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି . ବି) ଓ ନୋଡାଲ ଅଧିକାରୀ, ଏଡ଼ସ୍, ଖୋର୍ଦ୍ଧା ପତାକା ଦେଖାଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରୁ ଉଦ୍ଘାଟନ କରିଥିଲେ l
ମାରାଥନରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଖୋର୍ଦ୍ଧା ସହର ମଧ୍ୟଦେଇ ଯୁବଗୋଷ୍ଠୀ ମାନଙ୍କୁ ଏଡସର ଭୟାଭହତା ସମ୍ଵନ୍ଧରେ ସଚେତନତା ବାର୍ତ୍ତା,ସ୍ଲୋଗାନ ଦେଇ ନୂଆ ବସଷ୍ଟାଣ୍ଡ ଠାରେ ପହଞ୍ଚି ସେଠାରୁ ପୁନଃର୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l କାର୍ଯ୍ୟକ୍ରମରେ ବିଜେବି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମହର୍ଷି,,ପି ଏନ୍ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଗୋଦାବରୀଶ, ବାଲୁଗାଁ, ଗୋବିନ୍ଦପୁର, କେରଙ୍ଗ ପଂଚାୟତ ମହାବିଦ୍ୟାଳୟ ସମେତ ପାଇକ ପ୍ରତିଷ୍ଠାନ, ରିଲାଏନ୍ସ ଫାଉଣ୍ଡେସନ, ୟୁଥ୍ ସ୍ପୋର୍ଟସ, ଆମ୍ବେଦକର ମେମୋରିଆଲ ଶିକ୍ଷା ପ୍ରତିଷ୍ଠାନ, ଆର୍ମି ଶିକ୍ଷା ଓ ନିଯୁକ୍ତି ପ୍ରତିଷ୍ଠାନର ଉତ୍ସାହୀ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବିଭିନ୍ନ ବର୍ଗର ସଚେତନ ନାଗରିକ ଯୋଗ ଦେଇଥିଲେ l
ମାରାଥନ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଡାକ୍ତର ଜୀବନ୍ତ ଆଚାର୍ଯ୍ୟ ,ଟି ବି ନୋଡାଲ ଅଧିକାରୀ, ଏଚ ଆଇ ଭି,ଏଡ଼ସ ଡାକ୍ତର, ମେଡିକାଲ ଅଧିକ୍ଷକ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ l ପୁରୁଷ ବିଭାଗରେ ଶୁଭମ୍ ବେହେରା, ଗୋବିନ୍ଦପୁର ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ଅଜୟ ମୁଦୁଲି ଓ ଶିବ ମାଝୀ, ପାଇକ ପ୍ରତିଷ୍ଠାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ମହିଳା ବର୍ଗରେ ପୂଜା ବେହେରା, ଆମ୍ବେଦକର ଶିକ୍ଷା ପ୍ରତିଷ୍ଠାନ, ପ୍ରଥମ, ସାଇବା ପିଙ୍ଗୁଆ ଏବଂ ସୁଭଦ୍ରା ହିକକା, ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଜିନ୍ଦଲ ଫାଉଣ୍ଡେସନ ସହାୟତାରେ ସମସ୍ତ ପ୍ରତିଯୋଗୀଙ୍କୁ ଟି ସାର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା l ଶ୍ରୀ ବିଧାନ ଚନ୍ଦ୍ର ନାୟକ,ଡି ପି ଏମ ସମ୍ବର୍ଦ୍ଧନା ସଭା ସଂଯୋଜନା କରିଥିବା ବେଳେ କିଶୋର କାନୁନଗୋ, ଅଶୋକ ଦାସ, ଜୟନ୍ତିବାଳା ସାମନ୍ତରାୟ, ବିମଳ ମାନସିଂହ,ଆଇ ଇ ଟି ସି ,ଡି ଏସ ଆର ସି,କାଉନସିଲର,ଏଲ ଟି,ଟି ଆଇ,ଏଲ ଡବ୍ଲୁ ଏସ,ସି ଏସ ସି ପ୍ରକଳ୍ପର ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
Recent Comments