logo
add image
ଆଇନ ସଚେତନତା ଶିବିର ।

ଆଇନ ସଚେତନତା ଶିବିର ।

ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର  ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ  ନିର୍ଦେଶ ଅନୁଯାଇ ତା ପୁରୀ/୮/୮/୨୦୨୫/(ଆଧାର ମିଡ଼ିଆ)- ଜିଲ୍ଲା ଆଇନ ସେବା ପ୍ରାଧିକରଣର  ସମ୍ମିଳନୀ କକ୍ଷଠାରେ କର୍ମକ୍ଷତ୍ରରେ  ମହିଳା ମାନଙ୍କ   ପ୍ରତି ହେଉଥିବା ଯୌନ ଉତ୍ପିଡନର ପ୍ରତିରୋଧ ଓ ପ୍ରତିକାର ଅଧିନିୟମ ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  I ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ସୁସାନ୍ତ କୁମର ମିଶ୍ର  ଏବଂ ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ  କର୍ମକ୍ଷତ୍ରରେ ଯୌନ ନିର୍ଯ୍ୟାତନା ନିରୋଧ ଆଇନ୍ ରେ ଥିବା ବିଭିର୍ଣ ବ୍ୟବସ୍ଥା ,ଅଭିଯୋଗ କମିଟି,ପିଡିତାଙ୍କୁ ଆଇନ ସହାୟତା ଓ ଆର୍ଥିକ  କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ  ଆଲୋଚନା କରିଥିଲେ ।
ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ  ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର , ନ୍ୟାୟ ସଂଯୋଗ , ୧୫୧୦୦ ଏବଂ ସମୁଖ କାର୍ଜ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିବାସହ କର୍ମକ୍ଷତ୍ରରେ ମହିଳାମାନେ ନିଜକୁ କିପରି ସୁରକ୍ଷା ଦେଇପାରିବେ ସେ ବିସୟରେ ଅଲୋଚନା କରିଥିଲେ . ଏହା ସହିତ  ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜଜ୍ ପରିବାର ଅଦାଲତ ଶ୍ରୀମତୀ ସୁମିତା ଜେନା , ତୃତୀୟ ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀମତୀ ଚିନ୍ମୟୀ ଦେହୁରି  ଓ ଅନାନ୍ୟ ବିଚାରପତି ଗଣ ଏବଂ ଜିଲ୍ଲା କୋର୍ଟର ମହିଳା କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Recent Comments

Leave Comments

Top