logo
add image
ପ୍ରଶାସନ ଶୁଣିଲାନି-ଗ୍ରାମବାସୀ ନିର୍ମାଣକଲେ ଯାତ୍ରୀ ବିଶ୍ରାମାଗାର

ପ୍ରଶାସନ ଶୁଣିଲାନି-ଗ୍ରାମବାସୀ ନିର୍ମାଣକଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା/୧୦/୦୮/୨୦୧୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି l ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରେ ଦୃଷ୍ଟି ନ ଦେବାରୁ ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଅଞ୍ଚଳର କିଛି ସମାଜସେବୀ ଏବଂ ଏବଂ ଗ୍ରାମବାସୀ ବାଧ୍ୟହୋଇ ନିଜସ୍ବ ଉଦ୍ୟମରେ ଶ୍ରମଦାନ କରି କାଠ ଓ ଜରିପାଲରେ ଯାତ୍ରୀ ଅସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିଛନ୍ତି । ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଏଠାରେ ରହି ବସ୍,ଓ ଅଟୋକୁ ଅପେକ୍ଷା କରୁଛନ୍ତି । ଏପରି ଏକ ଜନସେବା କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଞ୍ଚଳବାସୀ ସମେତ ଅପେକ୍ଷାରତ ଯାତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସାଧୁବାଦ ଜଣାଇଛନ୍ତି l ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପଞ୍ଚାୟତର ମୁଖ୍ୟ ଛକସ୍ଥାନ ମାନଙ୍କରେ ପ୍ରଶାସନ ପକ୍ଷରୁ ସ୍ଥାୟୀ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଗ୍ରାମର ସମାଜ ସେବୀ ଅରୁଣ ନାୟକ, ବିଞ୍ଜାମିନ ନାୟକ, ବୁଦ୍ଧିଜୀବୀ, ବ୍ୟବସାୟୀ ସଙ୍ଘ, ଅଟୋ ସଙ୍ଘ, ଏବଂ ଗ୍ରାମବାସୀ ପ୍ରମୁଖ ଦାବି ଜଣାଇଛନ୍ତି ।

Recent Comments

Leave Comments

Top