ଗୁଣୁପୁର/ରାୟଗଡା/ ୧୧/୮/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ- ନରସିଂହନାଥ ମହାନ୍ତି)-ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ସଭାପତି ଏଲ ସୁରେଶଙ୍କ ପୌରହିତ୍ୟରେ ଘରେ ଘରେ ତ୍ରିରଙ୍ଗା ଓ ସ୍ଵଛତା ଅଭିଯାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ଅନୁଷ୍ଠାନର ଅନ୍ତେବାସୀ ଓ କର୍ମକର୍ତ୍ତା ମାନେ ହାତରେ ତ୍ରିରଙ୍ଗା ପତାକା ଧରି ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରି ଜନସାଧାରଣଙ୍କୁ ସ୍ୱାଧୀନତା ଦିବସ ଅବସରରେ ଘରେ ଘରେ ତ୍ରିରଙ୍ଗା ଲଗାଇବା ଓ ନିଜକୁ ଭାରତୀୟ ଭାବଧାରାରେ ଜାତୀୟ ପ୍ରୀତି ଉଦ୍ରେକ କରିବାକୁ ଆହ୍ୱାନ ଦେଇଥିଲେ । ସେହିଭଳି ଘରେ ଘରେ ସ୍ଵଛତା କିପରି ରହିବ ଓ ଏହାର ଆବଶ୍ୟକତା ସମ୍ପର୍କରେ ଅବଗତ କରାଯାଇଥିଲା । ଅନୁଷ୍ଠାନ ପରିଚାଳକ ଅକ୍ଷୟ ମହାନ୍ତିଙ୍କ ସମେତ ନବୀନ ଚନ୍ଦ୍ର ଗୁରୁ, ଶୁଭ୍ରଜିତ ମହାନ୍ତି, ମୋହନ ପଣ୍ଡା, ବଳରାମ ପଣ୍ଡା, ଅଖିଳ ମହାନ୍ତି, ହିମାଂଶୁ ଶେଖର,କୈଳାସ ଶବର, ରମେଶ ଶବର ପ୍ରମୁଖ ଉପସ୍ଥିତ ଥିଲେ ।
Recent Comments