logo
add image
ନୂଆପଡାରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଦ୍ଵାରା ହରଘର ତ୍ରିରଙ୍ଗା ଶୋଭାଯାତ୍ରା.

ନୂଆପଡାରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଦ୍ଵାରା ହରଘର ତ୍ରିରଙ୍ଗା ଶୋଭାଯାତ୍ରା.

ସିନାପାଲି /ନୂଆପଡା/୧୨/୦/୨୫/ (ଆଧାର ମିଡ଼ିଆ/ରିପୋର୍ଟ- ହେରାମ୍ବ ମେହେର)- ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ସୁରକ୍ଷାବଳ ତ୍ରିରଙ୍ଗା ଶୋଭାଯାତ୍ରା ଏକ ବାଇକ୍ ରେଲି ମାଧ୍ୟମରେ ଯାଇ ଦେଶପ୍ରେମର ଝଲକ୍ ଦେଖାଇ ଥିଲେ l ନୂଆପଡାରେ ଅବସ୍ଥାପିତ ଉଭୟ ୨୧୬ ଏଵଂ ୧୯ ନମ୍ବର ବାଟାଲିୟନର ବିର ଯବାନ ମାନେ ଶତାଧିକ ସଂଖ୍ୟାରେ ଏକ ବାଇକ୍ ରେଲୀରେ ସିଲଦାରୁ ବାହାରି ଗୋତମା ଏୟାର ଷ୍ଟ୍ରିପଦେଇ ଖରିଆର୍ ରୋଡ ସହର ପରିକ୍ରମା କରିଥିଲେ ଏହି ରେଲିରେ ଭାରତ ମାତାକି ଜୟ ଏଵଂ ବନ୍ଦେ ମାତରଂ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା l ୨୧୬ ବାଟାଲିୟନର କମ୍ମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଯୋଶ, ସେକେଣ୍ଡ ଇନ୍ କମାଣ୍ଡ କ୍ରିପାରାମ୍ କୁଅଁର ଏଵଂ ଡେପୁଟୀ କମ୍ମାଣ୍ଡାଣ୍ଟ ମୁକେଶ କୁମାର୍ ଓ ୧୯ ନମ୍ବର ବାଟାଲିୟନ, ତରଫରୁ କମ୍ମାଣ୍ଡାଣ୍ଟ ଦୀପକ ମଣି ତ୍ରୀପାଠୀ, ସେକେଣ୍ଡ ଇନ୍ କମାଣ୍ଡ ପ୍ରଣୟ ଶେଖର ଏବଂ ଆସିଷ୍ଟାଣ୍ଟ କମ୍ମାଣ୍ଡାଣ୍ଟ ମୁନା ପ୍ରସାଦ ଏହି ଶୋଭାଯାତ୍ରାର ନେତୃତ୍ଵ ନେଇଥିଲେ l ଏହି ବାଇକ୍ ରେଲିର ଉଦ୍ଦେଶ୍ୟ ଥିଲା ପ୍ରତି ଭାରତିୟଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା, ଆମଦେଶ ମାତୃକା ତଥା ପ୍ରିୟ ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଦେବା ଏବଂ ଜାତୀୟ ସଂହତି ସ୍ଥାପନ କରିବା l ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ବୀର ଯବାନ ଘରେ ଜାତୀୟ ପତାକା ଗର୍ବର ସହିତ ଉଡିବ ଏବଂ ସେମାନେ ଏବଂ ତାଙ୍କ ପରିବାର ବର୍ଗ ଏଥିରେ ସମସ୍ତ ସାଇ ପଡ଼ିଶାଙ୍କୁ ମଧ୍ଯ ସାମିଲ୍ କରି ପ୍ରତି ଘରେ ତ୍ରିରଙ୍ଗା ଉଡ଼ିବା ପାଇଁ ପ୍ରୋତ୍ସାହିତ କରିବେ l

Recent Comments

Leave Comments

Top