ହନ୍ତସନ୍ତ ଜନସାଧାରଣ
କଣିହାଁ/୧୩/0୮/୨0୨୫/(ଆଧାର ମିଡ଼ିଆ// ରିପୋର୍ଟ-ଟୁନାସାହୁ)- ଅନୁଗୋଳ ଜିଲ୍ଲା କଣିହାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜସ୍ଵ ଅମଲା ସଙ୍ଘ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ୧୦ ଦଫା ଦାବୀନେଇ ସୋମବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଆଜକୁ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଛି । କଣିହାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଣିହାଁ ବ୍ଲକ କାର୍ଯ୍ୟାଳୟ ,ତହସିଲ କାର୍ଯ୍ୟାଳୟ ଓ ସିଡିପିଓ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା କର୍ମଚାରୀ ମାନେ ସାମୁହିକ ଛୁଟିରେ ରହି ଆନ୍ଦୋଳନରେ ବସିଛନ୍ତି ।ଦାବୀ ମଧ୍ୟରେ ରାଜସ୍ୱ ଅମଲାଙ୍କ ମୂଳ ଦରମା ଲେବୁଲ ୯ କୁ ବୃଦ୍ଧି, ନୂତନ ପଦ ସୃଷ୍ଟି କରିବା ସହ ପଦବୀ ପୁନଃଗଠନ, କାର୍ଯ୍ୟରତ ଅମଲାଙ୍କ ସ୍ବାସ୍ଥ୍ୟବୀମା ୨୦ ଲକ୍ଷକୁ ବୃଦ୍ଧି, ନୂତନ ପେନସନ ଯୋଜନା ରଦ୍ଦକରି ପୁରାତନ ପେନସନ ଯୋଜନା ଲାଗୁ ଆଦି ,୧0 ଦଫା ଦାବି ଅନ୍ତର୍ଭୂକ୍ତ ।
ସୂଚନା ଯୋଗ୍ୟ ଯେ, ଗତମାସ ୭ ତାରିଖରେ ଅମଲା ସଂଘ ତରଫରୁ କଳାବ୍ୟାଚ ପିନ୍ଧି ପ୍ରତିବାଦ କରାଯିବା ସହ ଦାବିପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଦାବିପୂରଣ ନହେବା ଯୋଗୁଁ ଏହି ଆନ୍ଦୋଳନ କରାଯାଇଥିବା ଜଣା ପଡିଛି । ଏଥି ମଧ୍ୟରେ ସମସ୍ତ ଅଫିସ ଖୋଲା ଥିଲେମଧ୍ୟ କର୍ମଚାରୀ ନଥିବାରୁ ଅଫିସ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦରହିଛି। ଏହା ଫଳରେ ଜନ ସାଧାରଣ ଲୋକ ବିଭିର୍ଣ୍ଣ ପ୍ରକାର ସାଟିପିକେଟ ପାଇଁ ଅଫିସକୁ ଆସି ହଇରାଣ ହେବା ସହିତ ଦୂର ଦୁରାନ୍ତରୁ ଆସି ଖର୍ଚ୍ଚାନ୍ତ ହେଉଥିବା ଜଣାପଡିଛି l ଉକ୍ତ ଆନ୍ଦୋଳନରେ ସୁଦର୍ଶନ ନାୟକ ଅମୀୟ ତ୍ରିପାଠୀ ,ଚନ୍ଦ୍ରକାନ୍ତ ପ୍ରଧାନ,ଦେବଦତ୍ତ ନାୟକ,ଶୁଭକାନ୍ତ ପ୍ରଧାନ, ଚୁମକି ଦଳବେହେରା ,ଜ୍ଞାନରଂଜନ ପ୍ରଧାନ ,ସୌମ୍ୟ ରଂଜନ ପ୍ରଧାନ ,ଜାନକୀ ସାହୁ,ମୁତୁରା ଶୁଣ୍ଢୀ ,ଇତିଶ୍ରୀ ପ୍ରଧାନ , ଦାମୟନ୍ତୀ ସାହୁ ,ଟିକିନା ନାଥ ,ବର୍ଷା ରାଣୀ ସାହୁ ପ୍ରମୁଖ ରାଜସ୍ବ ଅମଲା କର୍ମଚାରୀ ସାମିଲ ଅଛନ୍ତି।
Recent Comments