logo
add image
ଲାୟନ୍ସ କ୍ଳବ୍ ଅଧିଷ୍ଠାନ ଉତ୍ସବ:

ଲାୟନ୍ସ କ୍ଳବ୍ ଅଧିଷ୍ଠାନ ଉତ୍ସବ:

ଭୁନେଶ୍ବର/୧୩/୦୮/୨୫/(ଆଧାର ମିଡ଼ିଆ)-ଲାୟନ୍ସ କ୍ଳବ୍ ଭୁବନେଶ୍ବର ଲିଜେଣ୍ଡସ୍ ଏବଂ ସ୍ମାଇଲର ଅଧିଷ୍ଠାନ ସମାରୋହ ଲାୟନ୍ ସୌରେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଗତକାଲି (ବୁଧବାର) ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ସରସ୍ଵତୀ ପାତ୍ର ମୁଖ୍ୟ ଅତିଥି ଥିଲେ। ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ଅମିତା ଜେନା ୨୦୨୫/୨୬ ର ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ପାଠ କରାଇଥିଲେ। ଏଥିରେ ଲାୟନ୍ସ୍ କ୍ଲବ୍ ଲିଜେଣ୍ଡ ସ୍ମାଇଲ ଏବଂ ଲିଓ କ୍ଲବ୍ ର ସମସ୍ତ କର୍ମକର୍ତ୍ତା ମାନେ ଏହି ଶପଥପାଠ ଉତ୍ସବରେ ଯୋଗଦାନ କରିଥିଲେ 
ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ଲାୟନ ବିଶ୍ଵନାଥ ମହାନ୍ତି ଉକ୍ତ ଉତ୍ସବ ରେ ୧୨ ଜଣ ନୂତନ ସଭ୍ୟ ଙ୍କୁ ଶପଥ ପାଠ ମାଧ୍ୟମରେ ଲାୟଂସ କ୍ଲବ୍ ରେ ଯୋଗଦାନ କରାଇଥିଲେ।
ଆସନ୍ତା ବର୍ଷ ପାଇଁ ନୂତନ ସଭାପତି ହିସାବରେ ଲାୟନ୍ ସୁବାସ ଚନ୍ଦ୍ର ସ୍ୱାଇଁ ଏବଂ ଲାୟାନ୍ ମମତା ସାହୁ ଶପଥ ପାଠ କଲେ।
ଏଥିରେ ବିଭିନ୍ନ କ୍ଲବ୍ ରୁ ପାଖାପାଖି ୮୦ ରୁ ଉର୍ଦ୍ଧ୍ବ ଲାୟାନ ସଭ୍ୟ ଯୋଗ ଦାନ କରିଥିଲେ।ଏହି ଉତ୍ସବଟିକୁ ଲାୟନ୍ କିଶୋର କୁମାର ମିଶ୍ର, ଲାୟନ ମୁକ୍ତିକାନ୍ତ ଅଗସ୍ତି ଏବଂ ଲାୟନ୍ ସୌର୍ୟ ରଞ୍ଜନ ଦାସ ପରିଚାଳନା କରିଥିଲେ।
.

Recent Comments

Leave Comments

Top